ନବ ନିର୍ବାଚିତ ଜନପ୍ରତିନିଧିଙ୍କୁ ଗ୍ରାମ ବିକାଶ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ l

134
ADVERTISEMENT

କୁକୁଡ଼ାଖଣ୍ଡି,୧୩/୫(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ ପଞ୍ଚାୟତରେ ଥିବା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆଜି ଗ୍ରାମ ବିକାଶ ଅନୁଷ୍ଠାନର ଶରତ ଚନ୍ଦ୍ର ମହାନ୍ତି ଙ୍କ ସଭାପତିତ୍ବରେ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳ କଙ୍କିଆରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ କରାଯାଇଥିଲା l

ପଞ୍ଚାୟତର ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଦସ୍ୟl ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କାର୍ଯ୍ୟ ଦକ୍ଷତା ଓ ମନୋବଳ ବୃଦ୍ଧି କରିବା ଲାଗି ଏହି ଉତ୍ସବର ଆୟୋଜନ କରାଯାଇଥିଲା l ସମାରୋହଟିର ମୁଖ୍ୟ ଉଦେଶ୍ୟ ଥିଲା ଗ୍ରାମ ବିକାଶ ଓ ପଞ୍ଚାୟତ ମଧ୍ୟରେ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରିବା ସହିତ ଉକ୍ତ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ରୂପେ ଗଢି ତୋଳିବା ର ଲକ୍ଷ କରାଯାଇଛି l ଏହି ଅବସରରେ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ସମିତି ସଭ୍ୟା ତ୍ରିବେଣୀ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ମମତା ଦାସ ଏବଂ ସମସ୍ତ ୧୧ ଟି ୱାର୍ଡ ମେମ୍ବର ମାନଙ୍କୁ ଉପ ଡକୋନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଗ୍ରାମ ବିକାଶ ସଂସ୍ଥା କତୃପକ୍ଷ l ଏଥିରେ ଗ୍ରାମ ବିକାଶ ଜିଲ୍ଲା ପରିଚାଳକ ଶରତ ମହାନ୍ତି, ଗ୍ରାମ ସଂଗଠନର ପରିଚାଳକ ଜନ୍ନାତୁନ ବେଗମ, ଜଳ ପରିଚାଳକ କୈଳାଶ ଚନ୍ଦ୍ର ସାହୁ, ବିବେକାନନ୍ଦ ପ୍ରଧାନ, ବିଦୁଲତା ଧଳଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ l ଏବଂ ପ୍ରତି ଗ୍ରାମର ଗ୍ରାମ ଉନ୍ନୟନ କମିଟି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ସଦସ୍ୟା ମାନେ ମଧ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l

Advertisement