ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅସାନୀ’ ଭୀଷଣ ବାତ୍ୟାର ରୂପ ନେଇସାରିଛି ।

109
ADVERTISEMENT

ଭୁବନେଶ୍ୱର,୯/୫(ଡି.ଏଚ୍ ବ୍ୟୁରୋ):-ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅସାନୀ’ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଫଳରେ ଏହା ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆଜି ସନ୍ଧ୍ୟା ସୁଦ୍ଧା ଆହୁରି ଭୟଙ୍କର ରୂପ ନେବାର ଆଶଙ୍କା । ଏବଂ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ଆସନ୍ତା ୧୦ ତାରିଖରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଞ୍ଚିପାରେ । କିନ୍ତୁ ବାତ୍ୟା ସ୍ଥଳଭାଗ ନ ଛୁଇଁଲେ ମଧ୍ୟ ଓଡ଼ିଶାର ପୁରୀ, କେନ୍ଦ୍ରାପଡ଼ା, ଗଂଜାମ ଓ ଜଗତସିଂହପୁର ଜିଲ୍ଲାରେ ୩ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ସମ୍ଭାବନା।

Advertisement