ଭୁବନେଶ୍ୱର,୭/୫(ଡି.ଏଚ୍ ବ୍ୟୁରୋ):-ସମ୍ଭାବ୍ୟ ବାତ୍ୟାର ଆଶଙ୍କା ଥିବାବେଳେ ବାତ୍ୟା ଉପକୂଳ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯିବ । ଆସନ୍ତା ୧୦ ତାରିଖରେ ଏହା ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ ହୋଇଥିବାବେଳେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି ହୋଇଛି ।
















