ଭୁବନେଶ୍ୱର,୩/୫(ଡି.ଏଚ ବ୍ୟୁରୋ):-ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ପୁରୀରେ ଘୋଷଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟର ଅନକୂଳ ହେବ । ସେହିପରି ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା । ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ମେଳରେ ଜଳକ୍ରୀଡା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ସେହିପରି ସାରା ଓଡ଼ିଶାରେ ଚାଷୀ ମାନେ ରି ନିଜେ ନିଜର କ୍ଷେତ କିଆରୀ କୁ ଯାଇ ଗୁଆ ,ପଣା ଦେଇ ପୂଜାକରି ଏହାକୁ ଅଖି ମୁଠି ଭାବେ ପାଳନ କରନ୍ତି ।
















