କୁକୁଡାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତ କୋଇଲିକୋଟର ସଚିବଙ୍କ ଘଟକେଶ୍ୱର ଜଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ, ଏବଂଯଥାଶୀଘ୍ର କାର୍ଯ୍ୟ ସମାପ୍ତ ପାଇଁ ନିର୍ଦେଶ l

141
ADVERTISEMENT

କୁକୁଡାଖଣ୍ଡି,୩୦/୪(ଇ ରଞ୍ଜନ):-ସଚିବଙ୍କ ଘଟକେଶ୍ୱର ଜଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ l ଯଥାଶୀଘ୍ର କାର୍ଯ୍ୟ ସମାପ୍ତ ପାଇଁ ନିର୍ଦେଶ l କୁକୁଡାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତ କୋଇଲିକୋଟରେ ନିର୍ମାଣଧିନ ରାଜ୍ୟ ସରକାର ଙ୍କ ୧୭୨.0୬ କୋଟି ବିନିଯୋଗ ରେ ନିର୍ମାଣାଧିନ ଜଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ସରକାରଙ୍କ ତିନି ପ୍ରମୁଖ ସଚିବ l ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,ସମେତ ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଏବଂ ୫ ଟି ସଚିବ ଶ୍ରୀ ଭି.କାର୍ତ୍ତିକେୟନ ପାଣ୍ଡିଆନ୍‌ l

ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ଆଦିବାସୀ ଅଦିଶ୍ୟୁତ ଅଞ୍ଚଳ କଙ୍କିଆଠାରେ ନିର୍ମାଣଧୀନ ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ୍ପ ସହ ପୁରୁଣାପାଟଣା ସରକାରୀ ବିଦ୍ୟାଳୟ ୫ ଟି ଜରିଆରେ ପ୍ରାୟ ୪୫ଲକ୍ଷ ଟଙ୍କା ରେ ରୁପାନ୍ତକରଣ ହେଉଥିବା ନୂତନ ଡିଜିଟାଲ ବିଦ୍ୟାଳୟ କୁ ଉଦ୍ଘାଟନ କରିଥିଲେ ମୁଖ୍ୟ ଶାସନ ସଚିବ ଏହା ସହ ଜିଲ୍ଲାର ଥିବା ୫୫0ଟି ବିଦ୍ୟାଳୟର ନୂତନ ସ୍ମାର୍ଟକ୍ଲାସ ସହ ଅଭିନଵ ସୌର ଶକ୍ତି ଶୁଭାରମ୍ଭ କରି ତାହା ଉପରେ ସମୀକ୍ଷା କରିଥିଲେ l ପ୍ରକଳ୍ପ ଗୁଡ଼ିକର ପରିଦର୍ଶନ କରି ପ୍ରକଳ୍ପ ଗୁଡିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ମନସ୍ତ କରିଥିଲେ ୫ ଟି ସଚିବ l କିନ୍ତୁ ବିଦ୍ୟାଳୟ କୁ ଛାତ୍ରଛାତ୍ରୀଙ୍କୁ ନିମନ୍ତ୍ରଣ ରହିନଥିବା ରୁ ଭି. କାର୍ତ୍ତିକେୟନ ପାଣ୍ଡିଆନ ଦୁଃଖ ପ୍ରକାଶ କରିଥିଲେ l ଗ୍ରସ୍ତ ସମୟରେ ଜଳ ସମ୍ପଦ ବିଭାଗର ଅସୀମ କୁମାର ମହାପାତ୍ର,ଚିକିଟି ଜଳ ଡିଭିଜନର ମୁଖ୍ୟ ସଞ୍ଜିବ ଦାଶ ଶର୍ମା ଯନ୍ତ୍ରୀ ପି.ଢ଼ି ଦତ୍ତାତ୍ରୟ ଭାଉସାହେବ, ଉପଜିଲ୍ଲାପାଳ ୱାଇ କିର୍ତ୍ତୀଭାସନ, ବିଏମସି କମିସନର ଶୀଧେଶ୍ୱର ବୋଳିରାମ ବନ୍ଦର,କୁକୁଡାଖଣ୍ଡି ତହସିଲଦାର,କଲ୍ୟାଣୀ ସଂଘ ମିତ୍ରା ଦେବି,ବିଡ଼ିଓ,ତନ୍ମୟ ରଞ୍ଜନ ଜେନା, ଏଇ ସୁଜିତ ତହଲ ଙ୍କ ସହ ନିକଟସ୍ଥ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l

Advertisement