ଗଞ୍ଜାମ,୩୦/୪(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳ ରାଳବ ଗାଁରେ ବିବାହ କରିବାକୁ କହି ଯୁବକଙ୍କୁ ପ୍ରତାରଣା । ଅଜଣା ସମ୍ପର୍କରୁ ପ୍ରେମ , ବିବାହ ପ୍ରସ୍ତାବ ଏବଂ ନିମନ୍ତ୍ରଣ କାର୍ଡ ଛପାଇ ବିବାହ ସ୍ଥିର ପରେ ଯୁବକଙ୍କୁ ଫୁସୁଲାଇ ସୁନା ଗହଣା ଓ ଲକ୍ଷେ ଟଙ୍କା ନେଇ ଘରୁ ପଳାଇଲେ ଯୁବତୀ । ଏନେଇ ପ୍ରତାରଣା ର ଶିକାର ହୋଇଥିବା ରାଳବ ଗାଁର ଶିଶିର କୁମାର ଷଡଙ୍ଗୀ ଓ ତାଙ୍କ ପରିବାର ବ୍ରହ୍ମପୁର ଏସ୍ପିଙ୍କ ପାଖରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେହିଭଳି ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ପ୍ରେମିକାଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ ବନ୍ଧାହେଲା ପ୍ରେମିକ ଆଶିଷ ଜେନା ।

















