ଆଜାଦୀ କା ଅମୃତ ମହୋତ୍ସବ ଅନୁଷ୍ଠିତ !

114
ADVERTISEMENT

କୋଦଳା,୨୧/୪(ସୂର୍ଯ୍ୟ ନାରାୟଣ ବଡୁ ):-ମଙ୍ଗଳବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ “ଆଜାଦି କି ଅମୃତ ମହୋତ୍ସବ” କାର୍ଯ୍ୟକ୍ରମ ଅବସର ରେ ଏକ ବିଶାଳ ମେଗା ସ୍ବାସ୍ଥ୍ୟ ଶିବିର କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି !ପୂର୍ବରୁ ଏ ନେଇ ପ୍ରଚାର ପ୍ରଶାର କରାଯାଇଥିବା ବେଳେ ଆଜି ବିଭିନ୍ନ ରୋଗରେ ପୀଡିତ ରୋଗୀ ଏହି ଶିବିରରେ ଯୋଗଦେଇ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ନେବାରେ ସକ୍ଷମ ହୋଇଛନ୍ତି। ରୋଗୀଙ୍କୁ ସେବା ଯୋଗାଇବାରେ ମେଡିକାଲ କର୍ମଚାରୀ ଓ ଅଞ୍ଚଳର ସ୍ବେଚ୍ଛାସେବୀ ମାନଙ୍କ ଭୂମିକା ଅତୁଳନୀୟ ବୋଲି କହିଛନ୍ତି କୋଦଳା ଭାରପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ।
ଶିବିରରେ ୧ ହଜାରରୁ ଊର୍ଦ୍ଧ୍ବ ରୋଗୀ ପଂଜୀକରଣ କରି ପ୍ରାକ୍ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ୬ ଜଣ ଅଭିଜ୍ଞ ଡ଼ାକ୍ତର ଓ ୧୦୦ ଜଣ ପାରାମେଡ଼ିକାଲ କର୍ମଚାରୀ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାରେ ନିୟୋଜିତ ହୋଇଥିଲେ।ରୋଗୀମାନଙ୍କୁ ସଚେତନ କରିବା ନେଇ ଏକ କ୍ଷ୍ୟୁଦ୍ର ନାଟକ ପରିବେଷଣ କରାଯାଇଥିଲା!ସକାଳୁ ସକାଳୁ ରୋଗୀମାନେ ମେଡିକାଲ ପରିସର ରେ ପହଞ୍ଚି ଲାଇନରେ ଆସି ପଂଜୀକରଣ କରି ବିଭିନ୍ନ ବିଭାଗ ଡ଼ାକ୍ତରଙ୍କ ସହ ପରାମର୍ଶ କରିଥିଲେ। ରୋଗୀଙ୍କୁ ନେବା ଆଣିବା ତଥା ସେମାନଙ୍କ ସୁବିଧା ପାଇଁ ଷ୍ଟ୍ରେଚର ବ୍ୟବସ୍ଥା ସହିତ ହ୍ବିଲ ଚେୟାରର ମଧ୍ୟ ସୁବିଧା ରହିଥିଲା। ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ ହୋଇଥିଲା!ବ୍ଲକ ର ସମସ୍ତ ସ୍ବାସ୍ଥ୍ୟ କର୍ମୀ, ଆଶା, ଅଂଗନବାଡ଼ି କର୍ମୀ ଓ ସହାୟିକା ନିୟୋଜିତ ରହି ମେଗା ସ୍ବାସ୍ଥ୍ୟ ଶିବିରରେ ରୋଗୀଙ୍କୁ ପଂଜୀକରଣ କରିବା, ଦିବ୍ୟାଙ୍ଗମାନଙ୍କୁ ସୁବିଧାରେ ଭିତରକୁ ନେବା, ଖାଦ୍ୟ ଓ ପାନୀୟଜଳ ପ୍ରଦାନ କରିବା, ଡ଼ାକ୍ତରଙ୍କ ପାଖରେ ରହି ଶୃଙ୍ଗଳାରେ ଭିତରକୁ ଛାଡିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ! ସ୍ବାସ୍ଥ୍ୟ ପାଇଁ ଯୋଗ କେତେ ଉପଯୋଗୀ ସେ ନେଇ ଯୋଗ ଶିକ୍ଷକ ମାନେ ଉପସ୍ଥିତ ରହି ବୁଝାଇଥିବା ବେଳେ ଆୟୁଷ ଚିକିତ୍ସା ମଧ୍ୟ ଜାରି ରହିଥିଲା ।

Advertisement