Friday, September 25, 2026
ADVERTISEMENT
Home ଆଞ୍ଚଳିକ ହାତ ଗୋଡ ବନ୍ଧା ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ୨ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କଲା...

ହାତ ଗୋଡ ବନ୍ଧା ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ୨ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କଲା ମୋହନା ପୁଲିସ।

148
ADVERTISEMENT

ମୋହନା,୨୧/୪(ମୋହନ ଗୌଡ଼):-ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ନିକଟ ଜଗନ୍ନାଥପୁର ଛକଠାରୁ ୫୦୦ମିଟର ଦୂର ଜଙ୍ଗଲ ଜମିରେ ଗତ ୨୪/୨/୨୨ରେ ଅଡବା ଥାନା ଅନ୍ତର୍ଗତ ଖାରିଗୁଡା ପଞ୍ଚାୟତ ଲମ୍ବଡ଼ାଙ୍ଗ ଗାଁର ଜୋସେଫ ନାୟକ(୨୫)ଙ୍କୁ କିଛି ଗଞ୍ଜେଇ ମାଫିଆ ସଙ୍ଗବଦ୍ଧ ଭାବେ ହାତ ଗୋଡ ବାନ୍ଧି ତଣ୍ଟିଚିପି ମାରିଦେଇ ସେଠାରୁ ଏକ ବାଇକ ଯୋଗେ ଫେରାର ହୋଇଯାଇଥିଲେ। ଘଟଣା ସ୍ଥଳରେ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ, ଥାନା ଅଧିକାରୀ ସୁଜିତ କୁମାର ନାୟକ, ୫ ଜଣିଆ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିଲେ। ଗଞ୍ଜେଇ ବିକ୍ରୀ ୫୦ ହଜାର ଟଙ୍କା ଦେଣ ନେଣକୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିପାରିଥିଲା। ଯୋଶେଫଙ୍କ ବ୍ୟାଙ୍କ ଖାତାକୁ ୫୦ ହଜାର ଟଙ୍କା ଆସିଥିବା ନେଇ ଟଙ୍କା ଛାଡିଥିବା ବ୍ୟକ୍ତି ଫୋନ କରିଥିଲେ।କିନ୍ତୁ ଯୋଶେଫ ଟଙ୍କା ଆସି ନ ଥିବା କହିଥିଲା। ତା’ ପରେ ଯୋସେଫ ନିଜର ବ୍ୟାଙ୍କ ଖାତା ଯାଞ୍ଚ କରିବା ପରେ ତାଙ୍କୁ ଚନ୍ଦ୍ରଗିରି ଡାକି ନେଇଥିଲେ । ଏହାପରେ ଯୋଶେଫର ପତ୍ତା ମିଳିନଥିଲା । ଯାହାକୁ ନେଇ ପରିବାର ଲୋକେ ଉକ୍ତ ତିନି ଜଣଙ୍କ ଉପରେ ସନ୍ଦେହ କରି ହତ୍ୟା ଅଭିଯୋଗ ଆଣିଥିଲେ।
ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରୀ ରଖିଥିଲା ଫୋନ ଟ୍ରାକିଙ୍ଗ କରି ଅଭିଯୁକ୍ତ ମାନେ ଦିଲ୍ଲୀ ଅଞ୍ଚଳର ହୋଇଥିବା ଜାଣିପାରି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ରା.ଉଦୟଗିରି ଏସଆଇ ମୁକେଶ ଲାକ୍ରା, ମହେନ୍ଦ୍ର ରାଇକା, କଳାକର ପାଣିଗ୍ରାହୀ ଦିଲ୍ଲୀ ଯାଇ ଖଞ୍ଜୱ।ଲା ଥାନା ଅଧିନ ରୋହିଣୀରୁ ସନ୍ନି ଦେବାସ(୨୫) ଓ ନିର୍ଥ ୱେଷ୍ଟ ଦିଲ୍ଲୀ ପ୍ରେମ ନଗର ଥାନା ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ଦୀପକ ରାଏ (୨୮)କୁ ଗିରଫ କରି ଆଣିବାରେ ସଫଳ ହୋଇଛି। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ମଙ୍ଗଳବାର ଦିନ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ ଉପସ୍ଥିତ ଥିଲେ।

Advertisement