ଭୁବନେଶ୍ୱର ,୧୫/୪(ଡି.ଏଚ ବ୍ୟୁରୋ):-ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି ।ଫଳରେ ଅସମ୍ଭାଳ ତାତି ଯୋଗୁଁ ଜନଜୀବନ ଅସ୍ତ୍ୟବସ୍ତ୍ୟ ହୋଇପଡ଼ିଛି । ବାରିପଦା ଝାରସୁଗୁଡ଼ା, ବୌଦ୍ଧ, ତାଳଚେର, ଅନୁଗୁଳ, ସୁନ୍ଦରଗଡ଼, ଟିଟିଲାଗଡ଼, ସମ୍ବଲପୁର, ନୟାଗଡ଼, ଭବାନୀପାଟଣା, ବାଲେଶ୍ୱର, ବଲାଙ୍ଗୀର ମାଲକାନଗିରି ଛତ୍ରପୁର ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ସୋନପୁର ରାଜ୍ୟର ସବୁଠୁ ତତଲା ସହର ପାଲଟିଛି।















