କୋଦଳା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ।

139
ADVERTISEMENT

କୋଦଳା,୧୩/୪(ସୂର୍ଯ୍ୟ ନାରାୟଣ ବଡୁ):-ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ କୋଦଳା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଉଦଯାପିତ ହୋଇଯାଇଛି ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର |ଉକ୍ତ ଉଦଯାପନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ.ସିମାଞ୍ଚଳ ମୁନି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗଣିତ ଅଧ୍ୟାପକ ଦତ୍ତରାମ ବିଶୋଇ,ପଦାର୍ଥ ବିଜ୍ଞାନ ଅଧ୍ୟାପକ ମିହିର କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା କୌଶଳ ସମ୍ବଦ୍ଧିୟ ସମସ୍ତ ଆବଶ୍ୟକତା ଉପରେ ଅବଗତ କରାଇଥିଲେ |

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ କାଳିନ୍ଦୀ ଚରଣ ଦାସ, ଅଧ୍ୟାପିକା ମୌସୁମୀ ମିଶ୍ର,ଅନିଲ ସାହୁ, ଆଦିତ୍ୟ ପ୍ରସାଦ ମହାପାତ୍ର, ଅଧ୍ୟାପକ କ୍ଷୀରୋଦ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ |ତାଲିମ ଶିବିରର ସଂଯୋଜକ ଶାସାଲିପି ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଉକ୍ତ ଶିବିର ଶାନ୍ତି ଶୃଙ୍ଖଳା ର ସହିତ ଶେଷ ହୋଇଥିବାରୁ ସମସ୍ତ ଅତିଥି ଖୁସି ବ୍ୟକ୍ତ କରିଥିଲେ | ମାଷ୍ଟର ଟ୍ରେନର ଭାରତୀ ଗୌଡ଼, ପୂଜାରାଣୀ ଦାସ ଉକ୍ତ ଶିବିରରେ ଆତ୍ମ ସୁରକ୍ଷା ସମ୍ବଦ୍ଧିୟ ସମସ୍ତ ରଣ କୌଶଳ ପ୍ରଦାନ କରିଥିଲେ |ପରି ଶେଷରେ ଅତିଥିମାନଙ୍କ ଦ୍ୱାରା ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ତାଲିମର ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା |ଏହି ଶିବିରକୁ ସୁଦେସ୍ନା ପ୍ରଧାନ ସହଯୋଗ କରିଥିଲେ |

Advertisement