ଢେ଼ଙ୍କାନାଳ ,୧୪/୮ (ନରେନ୍ଦ୍ର ଜେନା) : ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ବୁଧବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରାର ପଞ୍ଚାୟତରାଜ ହାଇସ୍କୁଲ ଲଗାତାର ୩ଥର ପାଇଁ ଚାମ୍ପିୟନ ହୋଇ ହାଟ୍ରିକ ଅର୍ଜନ କରିଛି । ଛାତ୍ରୀ ବିଜୟଲକ୍ଷ୍ମୀ ବିଶ୍ବାଳ ଶ୍ରେଷ୍ଠ ଅଭିନେତ୍ରୀ, ଦିନେଶ ଦାସ ଶ୍ରେଷ୍ଠ ନାଟ୍ୟକାର ଓ ନିର୍ଦ୍ଦେଶକ ଭାବରେ ପୁରଷ୍କୃତ ହୋଇଥିବା ବେଳେ ବିଦ୍ୟାଳୟ ପ୍ରଯୋଜିତ ନାଟକ ସୃଷ୍ଟି-ନିଡ୍ସ କେୟାର ଶ୍ରେଷ୍ଠ ନାଟକ ଭାବରେ ଘୋଷିତ ହୋଇଥିଲା । ଏସ ସି ଇ ଆର ଟିର ନିର୍ଦ୍ଦେଶକ ଗଙ୍ଗାଧର ସାହୁ ମୂଖ୍ୟ ଅତିଥି ଓ ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ସଞ୍ଜୋଜକ ହରପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ସମଗ୍ର ରାଜ୍ୟର ୫ଟି ଜୋନ୍ ରୁ ୫ଟି ଭାଗ ନେଇଥିଲେ। ଏସ ସି ଇ ଆର ଟିର ଉପନିର୍ଦ୍ଦେଶିକା ନିବେଦିତା ନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

















