ଶ୍ରୀ ରାମ ନବମୀ ପାଇଁ କୋଦଳା ସହର ଉତ୍ସବମୁଖର l

125
ADVERTISEMENT

କୋଦଳା,୧୧/୪(ସୂର୍ଯ୍ୟ ନାରାୟଣ ବଡୁ):-ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମ ଜୟନ୍ତୀ ଅବସରରେ କୋଦଳା ବାବା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଥିଲା ଅଖଣ୍ଡ ନାମଯଜ୍ଞ !ସେଠାରେ ପୂଜାପାଉଛନ୍ତି ରାମ ଲକ୍ଷ୍ମଣ ସୀତା ହନୁମାନ ସମେତ, ରାଧାକୃଷ୍ଣ ! ବହୁ ନିରାଶ୍ରୟ ବ୍ୟକ୍ତି ସେହିଠାରେ ରହି ଦିବାରାତ୍ର ନାମ ସଂକୀର୍ତ୍ତନ କରୁଛନ୍ତି !ଗତ ଦୁଇବର୍ଷ ବ୍ୟତୀତ ପ୍ରତ୍ୟକ ବର୍ଷ ଏହି ଜନ୍ମ ଦିବସ ପାଳିତ ହେଉଥିବା ବେଳେ ଏହିବର୍ଷ ଧୂମଧାମରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା !

ସକାଳୁ ସକାଳୁ ମନ୍ଦିରର ନୀତିକାନ୍ତି ଶେଷ କରି ଗ୍ରାମବାସୀ ତଥା ନାମ କର୍ମକର୍ତ୍ତ ଙ୍କ ସହାୟତାରେ ଏକ ବିରାଟ ପଟୁଆରରେ ଢୋଲ ଘଣ୍ଟ ମୃଦଙ୍ଗର ତାଳେ ତାଳେ ମହାପ୍ରଭୁ ନାମଯଜ୍ଞ ମଣ୍ଡପ ଠାରୁ ବାହାରି କୋଦଳା ହରିବୋଲ ମଠ ଠାରେ ପହଞ୍ଚି କିଛି ସମୟ ସେଠାରେ ରହି ପୁଣି ନିଜ ମଣ୍ଡପ କୁ ଫେରିଥିଲେ ! ପରେ ପରେ ଯଥାରିତି କାର୍ଯ୍ୟ ସମାପନ କରାଯାଇଥିଲା ! ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ! ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ଶୃଷ୍ଟି ହୋଇଥିଲା !

Advertisement