କୋଦଳା,୮/୪(ସୂର୍ଯ୍ୟ ନାରାୟଣ ବଡୁ):- କୋଦଳା ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କ ଉପସ୍ଥିତିରେ କୋଦଳା ଏନଏସି ୧୧ ନମ୍ବର ୱାର୍ଡରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ବିଜୟ ଲାଭ କରିଥିବା ଭଗବାନ ପାଢ଼ୀ(ମିଟୁ) ବିଦ୍ଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି !
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛଶାସନ ଓ ବିକାଶ ତଥା ବିଧାୟିକାଙ୍କ କାର୍ଯ୍ୟ ଦକ୍ଷତାରେ ଅନୁପ୍ରାଣୀତ ହୋଇ ସେ ବିଜେଡି ଯୋଗଦେଲି ବୋଲି ପ୍ରକାଶ କରିଥିଲେ ! ଭଗବାନ ପାଢୀଙ୍କୁ ପୁଷ୍ପଗୁଛ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ବିଧାୟିକା ଦଳକୁ ସ୍ୱାଗତ କରିଥିଲେ !
ଆଜି ବିଧାୟିକାଙ୍କ ଜନ୍ମଦିନ ହୋଇଥିବାରୁ ସମସ୍ତ ନବ ନିର୍ବାଚିତ କାଉନସିଲର ସମେତ ଦଳୀୟ କର୍ମକର୍ତ୍ତା ସେଠାରେ ପହଞ୍ଚି ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହିତ ଦୀର୍ଘ ଜୀବନ ଓ ଉତ୍ତରତ୍ତର କାମନା କରି ଏହି ଅବସର ରେ କେକ କାଟି ଜନ୍ମଦିନ ପାଳନ କରିଥିଲେ !

















