ନୂଆଗାଁ,୬/୪(ଋଷିକେଶ ବେହେରା):-ପାତ୍ରପୁର ବ୍ଲକ ବ୍ରାହ୍ମଣ ନୂଆଗାଁରେ ଆରାଧ୍ୟ ଦେଵୀ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଳିତ ହୋଇଛି l ପରମ୍ପରା ଅନୁସାରେ ୩ ବର୍ଷକୁ ହେଉଥିବା ଯାତ୍ରା କୋରନାର ପ୍ରଭାବରେ ସ୍ଥଗିତ ରହିଥିଲା ଫଳରେ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ୨ ବର୍ଷ ବିଳମ୍ବରେ ଏହି ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଛି l ଧୂପ, ଦୀପ, ଆଳତି,ଘଣ୍ଟ,କ୍ରୀତନ ଦେଇ ମାଁ ଙ୍କୁ ତାଳେତାଳେ ସ୍ଥାୟୀ ମଣ୍ଡପରୁ ଅସ୍ଥାୟୀ ମଣ୍ଡପକୁ ପାଛୋଟି ଅଣାଯାଇଥିବାବେଳେ ଏହି ଯାତ୍ରା ଏପ୍ରିଲ ୪ ତାରିଖ ରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ l ଏବଂ ୯ଦିନଧରି ମାଁ ଅସ୍ଥାୟୀ ମଣ୍ଡପରେ ରହି ଗ୍ରାମ ପରିକ୍ରମା କରିବେ l ଏହି ଯାତ୍ରାରେ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କର ଭିଡ ଜମିବା ସହ ଉତ୍ସାହ ମଧ୍ୟ ଦେଖାଦେଇଛି l ଫଳରେ ବ୍ରାହ୍ମଣ ନୂଆଗାଁ ର ସମସ୍ତ ଯୁବ ଗୋଷ୍ଠୀ ,ଭଦ୍ରବ୍ୟକ୍ତି ଓ ଯାତ୍ରାର ପରିଚାଳନା କମିଟି ସହଯୋଗରେ ଶୃଙ୍ଖଳିତ ଭାବେ ମାଁଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l

















