ଆତ୍ମ ସୁରକ୍ଷ୍ୟା ତାଲିମ ଶିବିର ଉଦଘାଟିତ !

154
ADVERTISEMENT

କୋଦଳା,o୫/୪(ସୂର୍ଯ୍ୟ ନାରାୟଣ ବଡୁ):-କୋଦଳା ସୋମବାର କୋଦଳା ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ପରିସର ରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କୁ ନେଇ ଏକ ଆତ୍ମ ସୁରକ୍ଷ୍ୟା ତାଲିମ ଶିବିର ମହାବିଦ୍ୟାଳୟ ଅଧ୍ୟକ୍ଷ୍ୟ ଡଃ ସିମାଞ୍ଚଳ ମୁନିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି !

ତାଲିମ ଶିବିର ଉପଦେଷ୍ଟା ଅଧ୍ୟାପିକା ସାଶାଲିପି ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଆଠଦିନ ଧରି ଚାଲିବାକୁ ଥିବା ବେଳେ ଅଧ୍ୟାପକ ଡଃ କ୍ଷୀରୋଦ ଚନ୍ଦ୍ର ମହାପାତ୍ର,କାଳନ୍ଦୀ ଚରଣ ଦାଶ, ମୌସୁମୀ ମିଶ୍ର, ଅନିଲ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ !ମାଷ୍ଟର ଟ୍ରେନ୍ନର ଭାବେ ସୁଶ୍ରୀ ଭାରତୀ ଗୌଡ଼ ଓ ପୂଜାରାଣୀ ଦାସ ଯୋଗଦେଇ ଆତ୍ମ ସୁରକ୍ଷ୍ୟା ତାଲିମ ଶିବିର ର ଉଦ୍ଦେଶ୍ୟ ପ୍ରକାଶ କରିବା ସହିତ ତାଲିମ ପ୍ରଦାନ ର ଶୁଭାରମ୍ଭ କରିଥିଲେ !ଏହି ତାଲିମ ଦ୍ୱାରା ଜଣେ ମହିଳା ବି ନିଜକୁ ସୁରକ୍ଷିତ ରଖିପାରିବ ବୋଲି କହିଥିଲେ !ଆଜିର ଏହି ତାଲିମ ଶିବିର ର ଶୁଭାରମ୍ଭ ଦିବସରେ ମହାବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ !

Advertisement