ବ୍ରହ୍ମପୁର,୩/୪ (ଡି.ଏଚ୍ ବ୍ୟୁରୋ):-ବ୍ରହ୍ମପୁର ସହର ରେଡ୍ଡି ଗ୍ୟାରେଜ୍ ଛକ ନିକଟରେ ବସ୍ ଚକା ତଳେ ପଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ । ମୃତ ଛାତ୍ରୀଜଣକ ହେଲେ ସାର୍ଗୁଣା ସାହିର ପି. ଶାଲିନୀ ପାତ୍ର । ସେ ଗତକାଲି ସ୍କୁଟିରେ କଲେଜରୁ ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବାରଣ କରିଥିଲା ।

















