ଭୁବନେଶ୍ୱର,୨୪/୩(ଡି.ଏଚ ବ୍ୟୁରୋ):-ଆଜି ପୌର ନିର୍ବାଚନ । ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ । କିନ୍ତୁ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଓ୍ୱାର୍ଡ ନମ୍ବର ୩୯ ଓ ୨୩ରେ ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଇଭିଏମ୍ କାମ ନକରିବାରୁ ଭୋଟ ନଦେଇ ଫେରୁଛନ୍ତି ଭୋଟର । ସେହିଭଳି କଟକ ସିଡିଏ ସ୍ଥିତ ଡିଏଭି ସ୍କୁଲର ଥିବା ୩୭ ଓ ୩୦ ନମ୍ବର ବୁଥରେ ମଧ୍ୟ ଇଭିଏମ ର ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି ।
















