ଭୁବନେଶ୍ୱର,୨୧/୩(ଡି.ଏଚ ବ୍ୟୁରୋ):-ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରକୋପ । ପ୍ରମୁଖ ସହର ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ , ଅନୁଗୁଳ ଓ ବାରିପଦା ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିବାବେଳେ ଟିଟିଲାଗଡ଼ରେ ସର୍ବାଧିକ ତାତି ରେକର୍ଡ ହୋଇଥିଲା ।ସେପଟେ ଆସନ୍ତା ମାର୍ଚ୍ଚ ୨୪ରୁ ଅସମ୍ଭାଳ ତାତି, ୩ ଡିଗ୍ରୀ ଯାଏଁ ବଢିବ ପାରଦ ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ।
















