ଢେଙ୍କାନାଳ,୧୫।୦୨(ଡି.ଏଚ୍ ବ୍ୟୁରୋ):-ଆଜିଠାରୁ ଆରମ୍ଭ ହୋଇଛି ଢେଙ୍କାନାଳର ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଦୁଇଦିନ ଧରି ଚାଲିବାକୁ ଥିବା ଏହି ଯୋରନ୍ଦା ମେଳା ପାଇଁ ଚଳଚଞ୍ଚଳ ଢେଙ୍କାନାଳର ମହିମା ଧର୍ମର ମୁଖ୍ୟ ପୀଠ ମହିମାଗାଦି । କିନ୍ତୁ କୋଭିଡ଼ ସଂକ୍ରମଣକୁ ଆଶଙ୍କା କରି ଚଳିତ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ମେଳା ଉପରେ କଟକଣା ଜାରି କରାଯାଇଛି ।


















