Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଜାଲ ଜାତିଗତ ପ୍ରମାଣ ପତ୍ର ଦେଖାଇ ଚଳିତ ତ୍ରିୟସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାଥିନୀ ଭାବେ ପ୍ରାଥିପତ୍ର...

ଜାଲ ଜାତିଗତ ପ୍ରମାଣ ପତ୍ର ଦେଖାଇ ଚଳିତ ତ୍ରିୟସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାଥିନୀ ଭାବେ ପ୍ରାଥିପତ୍ର ଦାଖଲ, ସନ୍ଦେହ ଘେରରେ ତହସିଲଦାର ।

166
ADVERTISEMENT

କେନ୍ଦୁଝର,୧୨/୦୨(ସୀତାରାମ ଦୀକ୍ଷିତ ):-ଚଳିତ ତ୍ରିୟସ୍ତରୀୟ ନିର୍ବାଚନକୁ ସଫାସୁତୁରା ଏବଂ ନିର୍ମଳ କରିବା ପାଇଁ ସରକାର ନିର୍ବାଚନ ନିୟମକୁ କଡାକଡି କରିଛନ୍ତି । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକରେ ସରପଞ୍ଚ ପ୍ରାଥିକୁ ନେଇ ଜାତିପ୍ରମାଣ ପତ୍ରକୁ ଜାଲ କରି ନିର୍ବାଚନକୁ ଓଲାଇଥିବା ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଥାଉ ଯେ ଯୋଡ଼ା ବ୍ଲକର ଲୋଇଡାପଡା ପଞ୍ଚାୟତର ସରପଞ୍ଚ ପ୍ରାଥି ଆସନ ଅନୁସୂଚୀତ ଜନ ଜାତି ମହିଳା ନିମନ୍ତେ ସଂରକ୍ଷୀତ ରହିଛି ।ଏହି ପଞ୍ଚାୟତରେ ମୋଟ ତିନି ଜଣ ପ୍ରାଥିନୀ ନାମାଙ୍କନ ପତ୍ର ଦାଖଲ କରି ନିର୍ବାଚନମଇଦାନକୁ ଓଲାଇଛନ୍ତି । ସେଥି ମଧ୍ୟରୁ ସୁନିତା ନାୟକ ,ପିତା-ନିତ୍ୟାନନ୍ଦ ନାୟକ ,ସ୍ୱାମୀ- ବିଜୟା ନନ୍ଦ ନାୟକ ଯାହାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡ ସ୍ଥିତ ନୂଆମୁଣ୍ଡି ଅଟେ । କେନ୍ଦ୍ରସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ସୁନିତା ନାୟକ ଅନୁସୂଚିତ ଜନ ଜାତିରେ ଅନ୍ତର୍ଭୁକ୍ତ ଥିବାବେଳେ ତାକୁ ୨୦୧୬ ମସିହାରେ ନୂଆମୁଣ୍ଡିତହସିଲଦାର ଏକ ଅନୁସୂଚିତ ଜାତିର ପ୍ରମାଣ ପତ୍ର ମିଳିସାରିଛି । ତେବେ ଚଳିତ ପଞ୍ଚାୟତ ନିର୍ବାଚନ ରେ ଚଞ୍ଚକତା କରି ସୁନିତା ନାୟକ ବଡ଼ବିଲ ତହସିଲ ରୁ ଏକ ଅନୁସୂଚିତ ଜନଜାତି ହେବାର ପ୍ରମାଣ ପତ୍ର ତିଆରି କରି ନିର୍ବାଚନ ଲଢ଼ୁଥିବା ଜଣାପଡ଼ିଛି। ଏଠାରେ ପ୍ରକାଶ ଥାଉକି ସୁନିତାଙ୍କ ବାପଘର ଝାଡ଼ଖଣ୍ଡ ଅନ୍ତର୍ଗତ ନୂଆମୁଣ୍ଡି ହୋଇଥିବାବେଳେ ଶଶୁର ଘର ଓଡ଼ିଶା ଅନ୍ତର୍ଗତ ଭୂୟାଁ ରୋଡ଼କଳା ରେ ଅଛି । ଜାତି ପ୍ରମାଣ ପତ୍ର ଜନ୍ମସ୍ଥାନ ତଥା ବାପାଙ୍କ ପଟା ଉପରେ ହୋଇଥିବାର ନିୟମ ଥିବାରୁ ପୂର୍ବ ରୁ ସୁନିତା ନାୟକ ନିଜ ବାପା ଘର ଅନୁଯାୟୀ ଜାତି ପ୍ରମାଣ ପତ୍ର ବାହାର କରିଛନ୍ତି । ଯାହା ନିୟମ ଅନୁସାରେ ହୋଇଛି ।ତେବେ ଚଳିତ ନିର୍ବାଚନ ରେ ସରପଞ୍ଚ ପଦ ପାଇଁ ଲାଳ।ସିତ ହୋଇ ସରକାର ଙ୍କ ନିୟମ ବିରୋଧରେ ଯାଇ ବଡ଼ବିଲ ତୋହସିଲରୁ ଏକ ଜାଲ ପ୍ରମାଣ ପତ୍ର କିପରି ବାହାରକରି ପାରିଲେ ଏହାକୁ ନେଇ ବଡ଼ବିଲ ତହସିଲଦାର ଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ବାଚି ସୃଷ୍ଟି ହେଇଛି ।ଏହି ଜାଲ ପ୍ରମାଣ ପତ୍ର କାଣ୍ଡରେ ତହସିଲଦାର ଏବଂ ରାଜସ୍ୱ ନିରୋଷକ ଙ୍କ ଭୁମିକା ଉପରେ ସନ୍ଦେହ ଉପୁଜୁଛି।ତେଣୁ ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଆଇନ ଉଲଙ୍ଘନକାରୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଇଛି ।

Advertisement