ଭୁବନେଶ୍ୱର,୧୧/୦୨(ଡି.ଏଚ୍ ବ୍ୟୁରୋ):-ରାଜ୍ୟକୁ ଶୀତ ପୁଣି ଫେରିବ । ଭୁବନେଶ୍ବର ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି ଏବଂ କୋରାପୁଟ ଜିଲାର କିଛି ଅଞ୍ଚଳରେ କୁହୁଡି ଦୃଶ୍ୟମାନ ହେବ । ଏବଂ ଦାରିଙ୍ଗବାଡି ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ଥିବାବେଳେ ଭୁବନେଶ୍ବରରେ ୧୬.୬ ଡିଗ୍ରୀ ଏବଂ କଟକରେ ୧୭ ଡିଗ୍ରୀ ରେକର୍ଡ କରାଯାଇଛି।
















