ଭୁବନେଶ୍ୱର,୬/୦୨(ଡ଼ି.ଏଚ ବ୍ୟୁରୋ):- ଆସନ୍ତା କାଲି ମାଘ ସପ୍ତମୀ । ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ଲାଗି ପ୍ରଶାସନିକ କ୍ଷେତ୍ରରେ ସମସ୍ତ ପକ୍ରିୟା ଶେଷ ରହିଥିବା ବେଳେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କ ବୁଡ ବାରଣ କରାଯାଇଛି । ଫଳରେ ଆଜି ଦିନ ୧୦ଟାରୁ ଆସନ୍ତାକାଲି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ।


















