କୁକୁଡାଖଣ୍ଡି,୪/୦୨(ଇ.ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ପଞ୍ଚାୟତ ଚଳିତ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସ୍ପର୍ଶକତାର ପଞ୍ଚାୟତ ରୂପେ ପରିଚିତ ହୋଇଚି I ଗୋଟିଏ ପଟେ ଉକ୍ତ ପଞ୍ଚାୟତ ସରପଞ୍ଚ ସୀତାରାମ ସାହୁ ସମିତି ସଭ୍ୟ ପାର୍ଥି ରୂପେ ପ୍ରତିଦ୍ବନ୍ଦୀତା କରିବା ପାଇଁ ନିର୍ଦ୍ଧାରିତ ସମୟ ମଧ୍ଯରେ ପାର୍ଥିପତ୍ର ଦାଖଲ କରିବା ସହ ନିର୍ବାଚନ ଲଢ଼ିବା ନିମନ୍ତେ ଚି଼ହ୍ନ ମଧ୍ୟ ପାଇଚନ୍ତି ପରବର୍ତ୍ତୀ ସମୟରେ ସେ ନିର୍ବାଚନ ମୈଦାନ ଛାଡ଼ି ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅନ୍ୟଜଣେ ସମିତି ସଭ୍ୟ ପାର୍ଥି କୁକୁଡାଖଣ୍ଡିର କାମାକ୍ଷା ପାତ୍ରଙ୍କୁ ସମର୍ଥନ କରିବା ନେଇ ନିଷ୍ପତ୍ତି ନେଇଥିବା ଏକ ପତ୍ର ମାଧ୍ୟମରେ ବିଜେଡ଼ି କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ରଙ୍କୁ ଦେଇଥିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି I
ଗୋଟିଏ ପଟେ ଶ୍ରୀ ପାତ୍ର ଉକ୍ତ ପଞ୍ଚାୟତର ମୂଳ ବାସିନ୍ଦା ହୋଇନଥିବା ବେଳେ ଜନସାଧାରଣ ଗ୍ରହଣ କରିପାରିବେ କି ନାହିଁ ତାହାକୁ ନେଇ ଦ୍ଵନ୍ଦ ପ୍ରକାଶ ପାଉଥିବା ବେଳେ ସୀତାରାମ ସାହୁ ଓ କାମାକ୍ଷା ପାତ୍ର ବ୍ୟତୀତ ମୈଦାନରେ ଆହୁରି 5 ଜଣ ପାର୍ଥି ସମିତି ସଭ୍ୟ ରୂପରେ ପ୍ରତିଦ୍ବନ୍ଦିତା କରୁଚନ୍ତି ଏବଂ ସେଥିମଧ୍ୟରୁ ଦୁଇଜଣ ଅନ୍ୟ ପଞ୍ଚାୟତର ହୋଇଥିବାବେଳେ ତିନି ଜଣ ଉକ୍ତ ପଞ୍ଚାୟତର ହିଁ ବାସିନ୍ଦା I ତେବେ ସରପଞ୍ଚ ପଦବୀ ହାସଲ ନିମନ୍ତେ ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହେଉଥିବା ଦେଖିବାକୁ ମିଳୁଚି କଂଗ୍ରେସ ସମର୍ଥନରେ ମହିଳା ପାର୍ଥି ମନୋରମା ରାଉଳ ମୈଦାନକୁ ଓଲ୍ହେଇଥିବା ବେଳେ ବିଜେଡ଼ି ସମର୍ଥନରେ ଲକ୍ଷ୍ମୀ ଗୌଡ଼ ପ୍ରତିଦ୍ବନ୍ଦିତା କରୁଚନ୍ତି I ତେବେ ଯୁଦ୍ଧ ପୂର୍ବରୁ ପଳାତକ ସାଜିଥିବା ସୀତାରାମଙ୍କୁ ନେଇ କୁକୁଡାଖଣ୍ଡି ରାଜନୀତି ସରଗରମ ରହିବା ସହ ଭୋଟର କାହାକୁ ନିଜ ଅଞ୍ଚଳର ନେତା ଭାବରେ ଚୟନ କରିବେ ଫଳାଫଳ ହିଁ କହିବ I ଅନ୍ୟଏକ ଦୃଷ୍ଟି କୋଣରୁ ମନୋରମା ୨୦୧୨ ପଞ୍ଚାୟତ ନିର୍ବାଚନରେ ଉକ୍ତ ପଞ୍ଚାୟତ ସରପଞ୍ଚ ପଦବୀ ହାସଲ କରିଥିବା ବେଳେ ଲକ୍ଷ୍ମୀ ନୂଆ ଚେହେରା ରୂପେ ରାଜନୈତିକ ମୈଦାନକୁ ଓଲ୍ହେଇଚନ୍ତି I

















