କୋଦଳା,୩୦/୧(ସୂର୍ଯ୍ୟ ନାରାୟଣ ବଡୁ):-ତ୍ରିସ୍ତରୀୟ ପଞ୍ଚାୟତକୁ ନିରପେକ୍ଷ୍ୟ ଓ ଅହିଂଶା ମାର୍ଗରେ ରୂପେ କରିବାକୁ ଲକ୍ଷ୍ୟରଖି ଗଞ୍ଜାମ ଆରକ୍ଷୀ ଅଧିକ୍ଷ୍ୟକଙ୍କ ନିର୍ଦ୍ଦେଶ ମୁତାବକ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ଶନିବାର ବେଗୁନିଆପଡା ପଞ୍ଚାୟତ ସମିତି ଅଧୀନରେ ଥିବା ସ୍ବର୍ଶକାତର ପଞ୍ଚାୟତ ଅଙ୍ଗାର ଗାଁ, ଷଣ୍ଢମୁଳ, ସାଙ୍କୁଡ଼ା, ସୁମଣ୍ଡଳ, ମର୍ଦକୋଟ, ମର୍ଦ୍ଦମେଖ ଓ ବେଗୁନିଆପଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଫ୍ଲାକମାର୍ଚ୍ଚ କରି ଲୋକଙ୍କୁ ସଚେତନ କରିଥିଲେ !ତତ ସହିତ ପଞ୍ଚାୟତ ନିର୍ବାଚନ ସମୟରେ କୌଣସି ଗଣ୍ଡଗୋଳ ନ କରିବା, ଏବଂ ଗଣ୍ଡଗୋଳର ଆଶଙ୍କା ଥିଲେ ପୋଲିସକୁ ଖବର ଦେବା ପାଇଁ ସୂଚାଇ ଥିଲେ l


















