ମହାରାଷ୍ଟ୍ର,୨୫/୧(ଡି.ଏଚ ବ୍ୟୁରୋ):-ମହାରାଷ୍ଟ୍ରର ସେଲ୍ସୁରାରେ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା କାର୍। ଏଥିରେ ମହାରାଷ୍ଟ୍ର ବିଜେପି ବିଧାୟକ ବିଜୟ ରହାଙ୍ଗଡାଲେଙ୍କ ପୁଅ ସମେତ ୭ ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ । ମୃତକମାନେ ୱାର୍ଦ୍ଧା ସ୍ଥିତ ସାୱାଙ୍ଗି ମେଡିକାଲ୍ କଲେଜର ଛାତ୍ର ବୋଲି ସୂଚନା । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି।
















