ଢ଼ିଙ୍କିଆ,୨୨/୧(ଋଷିକେଶ ବେହେରା):-ଢ଼ିଙ୍କିଆ ଅଞ୍ଚଳର ପରିସ୍ଥିତି ଖୁବ ଉଦବେଗଜନକ ଏବଂ ସାଧାରଣ ଜନତାଙ୍କ ପରିସ୍ଥିତି ଅତି ଶୋଚନୀୟ ହୋଇ ପଡିଛି l ଗାଁ ର ଶହ ଶହ ପରିବାର ର ପୁରୁଷ ମାନେ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି କିମ୍ବା କେଉଁଠି ଜୀବନ ବଞ୍ଚାଇବା ପାଇଁ ଆଶ୍ରୟ ନେଇଛନ୍ତି l ପୁଲିସ ର ଆତଙ୍କରାଜ, ଦୌରାତ୍ମ୍ୟ ଏବଂ ଅତ୍ୟାଚାର ମଧ୍ୟ ରେ ଲୋକେ ଅତିଷ୍ଠ ହୋଇ ପଡିଲେଣି l ଲୋକଙ୍କ ସ୍ୱାଭାବିକ ଜୀବନ, ଜୀବିକା ଏବଂ ରୋଜଗାର ଇତ୍ୟାଦି ସବୁକିଛି ବିପନ୍ନ ହୋଇ ପଡିଛି l ସ୍ୱାସ୍ଥ୍ୟ ଜନିତ ସଂକଟ ପରିସ୍ଥିତି ରେ ଚିକିତ୍ସା ପାଇଁ ସାଧାରଣ ଲୋକେ ହସ୍ପିଟାଲ ଯାଇ ପାରୁନାହାଁନ୍ତି l ପୁଲିସ ର ଅତ୍ୟାଚାର ସୀମା ଲଂଘନ କରିଛି l ଢ଼ିଙ୍କିଆ ରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାରକୁ ହତ୍ୟା କରାଯାଇ ଏକ ମାନବୀୟ ସଂକଟ ସୃଷ୍ଟି ହୋଇଛି l ଢ଼ିଙ୍କିଆ ଅଞ୍ଚଳରୁ ତୁରନ୍ତ ପୁଲିସ ବଳ ହଟାଇବା, ଲୋକଙ୍କ ଉପରେ ପୁଲିସ ଅତ୍ୟାଚାର ବନ୍ଦ କରିବା,ଆନ୍ଦୋଳନକାରୀ ମାନଙ୍କ ଉପରେ ହୋଇଥିବା ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର କରିବା, ଗିରଫ ହୋଇ ଜେଲ ରେ ଥିବା ସମସ୍ତଙ୍କୁ ତୁରନ୍ତ ଖଲାସ କରିବା, ୧୪ ଜାନୁୟାରୀରେ ହୋଇଥିବା ପୁଲିସ ର ଅମାନୁଷିକ ଲାଠି ଚାଳନା ଓ ଅତ୍ୟାଚାର ର ତଦନ୍ତ ଉଚ୍ଚ ନ୍ୟାୟାଳୟ ତତ୍ୱାବଧାନ ରେ ସ୍ୱତନ୍ତ୍ର ଅନୁ ସନ୍ଧାନକାରୀ ଦଳ l(ଏସ ଆଇ ଟି) ଦ୍ୱାରା କରିବା ଏବଂ ଗତକାଲି ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ କୁ କାର୍ଯ୍ୟକାରୀ କରିବା ଇତ୍ୟାଦି ଦାବୀ ଗୁଡିକୁ ନେଇ ପ୍ରତିବାଦ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି l ଏହି ସବୁ ଦାବୀ ଗୁଡିକୁ ସରକାର କର୍ଣ୍ଣପାତ ନକଲେ ଗଣତାନ୍ତ୍ରିକ ଆନ୍ଦୋଳନ ସହିତ ମିଳିତ ବିରୋଧୀ ଦଳ ଜାତୀୟ ମାନବିକ ଅଧିକାର କମିଶନ ଏବଂ ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେବ ବୋଲି କୁହାଯାଇଛି l
ବିରୋଧୀ ଦଳ ମାନଙ୍କର ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ରେ କଂଗ୍ରେସ ଦଳ ର ବରିଷ୍ଠ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମୁଖପାତ୍ର ଅମୀୟ ପାଣ୍ଡଵ,ସି ପି ଆଇ ର ରାଜ୍ୟ ସମ୍ପାଦକ ଆଶୀଷ କାନୁନଗୋ, ସି ପି ଆଇ (ଏମ ) ର ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ,ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ,ସି ପି ଆଇ-ଏମ ଏଲ( ଲିବେରେସନ )ର ରାଜ୍ୟ ନେତା ମହେନ୍ଦ୍ର ପରିଡା,ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର,ସି ପି ଆଇ-ଏମ ଏଲ(ରେଡ ଷ୍ଟାର ) ର ରାଜ୍ୟ ସମ୍ପାଦିକା ପ୍ରମିଳା ବେହେରା,ସି ପି ଆଇ-ଏମ ଏଲ(ନ୍ୟୁ ଡେମୋକ୍ରେସୀ)ର ରାଜ୍ୟ ନେତା ପ୍ରତାପ ପ୍ରଧାନ,ସି ପି ଆଇ(ଏମ ଏଲ ) ର ରାଜ୍ୟ ନେତା ଶ୍ରୀକାନ୍ତ ମହାନ୍ତି, ସମାଜବାଦୀ ପାର୍ଟି ର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଆର ପି ଆଇ ର ରାଜ୍ୟ ସଭାପତି ଶେଖ ଅବଦୁଲ ୱାଲୀ, ଏନ ସି ପି ର ରାଜ୍ୟ ନେତା ବିକ୍ରମ ସ୍ୱାଇଁ ସମେତ,ସି ପି ଆଇ ର ଜଗତସିଂହପୁର ଜିଲ୍ଲା ନେତା ଶଶିଭୂଷଣ ସ୍ୱାଇଁ, ସି ପି ଆଇ (ଏମ )ର ଜିଲ୍ଲା ସମ୍ପାଦକ ଲୋଭାକାନ୍ତ ସ୍ୱାଇଁ ଏବଂ ସାମାଜିକ କର୍ମୀ ସୁଜାତା ସାହାଣୀ ପ୍ରମୁଖ ସାମିଲ ହୋଇଥିଲେ l

















