କୋଦଳା,୧୨/୧(ସୂର୍ଯ୍ୟ ନାରାୟଣ ବଡୁ):-ନବଜାତ ଶିଶୁ ମାନଙ୍କ ଘରୋଇ ଯତ୍ନ ଉପରେ ଆଶା ମାନଙ୍କୁ ପାଞ୍ଚ ଦିନିଆ ତାଲିମ ଶିବିର ବେଲଗୁଣ୍ଠା ମେଡିକାଲର ସଭା ଗୃହରେ ଅନୁଷ୍ଠିତ ହୋଇଛି l ଆୟୋଜିତ ତାଲିମ ଶିବିରରେ ସହରଞ୍ଚଳ ରେ ନିୟୋଜିତ ଆଶା କର୍ମୀ ମାନେ ଘର ଘର ବୁଲି କି ଭଳି ଗର୍ଭବତୀ ମହିଳା , ପ୍ରସୂତି ମହିଳା , ନବଜାତ ଶିଶୁ, ଓ ଶିଶୁ ମାନଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଂଚିବା ସହ କୌଶଳ ମାଧ୍ୟମରେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ରୋକିବା ପାଇଁ ତାଲିମ ଦିଆଯଉଛି. ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ସହାୟତା ଓ ବେଲଗୁଣ୍ଠା ସ୍ୱାସ୍ଥ୍ୟ ବିଭାଗର ସହଯୋଗ ରେ ବେଲଗୁଣ୍ଠା ଏନ. ଏ. ସି ର ୬ ଜଣ ଆଶା କର୍ମୀ, ବୁଗୁଡ଼ା ଏନ. ଏ. ସି. ର ୯ ଜଣ ଆଶା କର୍ମୀ ଓ ଜଗନ୍ନାଥପ୍ରସାଦ ବ୍ଲକର ଜଣେ ଆଶା କର୍ମୀ କୁ ମିଶାଇ ମୋଟ ୧୬ ଜଣ ଉପସ୍ଥିତ ଅଛନ୍ତି.l ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ବରିଷ୍ଠ ପ୍ରଶିକ୍ଷକ ସୁଜାତା ପଟ୍ଟନାୟକ, ହରି ହର ପାଢ଼ୀ ପ୍ରଶିକ୍ଷଣ ପ୍ରଦାନ କରୁଥିବା ବେଳେ ବି ପି ଏମ ଦୁର୍ଗା ପ୍ରସାଦ ପଟ୍ଟନାୟକ, ବି ଏ ମ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l. ତାଲିମର ଚତୁର୍ଥ ଦିବସରେ ନିକଟସ୍ଥ ମାଲସାହି ଅଂଗନୱାଡି ତାଲିମ କେନ୍ଦ୍ରରେ ପହଂଚି ପୃଷ୍ଟିକର ଖାଦ୍ୟ, ଅଭିବୃଦ୍ଧି ସାରଣୀ, କିଶୋରୀ ବାଳିକା ବୈଠକ, ସ୍ୱାସ୍ଥ୍ୟ ପୋଷଣ ଦିବସ, ଟୀକାକରଣ, ଶିଶୁ ସ୍ୱାସ୍ଥ୍ୟ, ମାତୃ ସ୍ୱାସ୍ଥ୍ୟ, ପୋଷଣ, ନିମୋନିଆ ଆଦି ସ୍ୱାସ୍ଥ୍ୟ ଉପରେ ଶିକ୍ଷା ଦାନ କରା ଯାଇଥିଲା.l ଏଠାରେ ଅଂଚଳର ସମାଜ ସେଵୀ ସୁଶାନ୍ତ କୁମାର ବେହେରା, ଅଙ୍ଗନବାଡି କର୍ମୀ ସୁନିତା ମହାପାତ୍ର, ମମିତା ପଣ୍ଡା, କେ. ତପସ୍ୱିନୀ, ଝରଣା ସାହୁ ପ୍ରମୁଖ ସାହାଯ୍ୟ କରିଥିବା ବେଳେ ହେଲପର, ଆଶା କର୍ମୀ ଉପସ୍ଥିତ ରହି ଉତ୍ସାହିତ କରିଥିଲେ l

















