ବ୍ରହ୍ମପୁର,୦୭/୧(ଡ଼ି.ଏଚ ବ୍ୟୁରୋ):-ବହୁଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ବିନୀ ମାମଲାରେ ତପସ୍ୱିନୀଙ୍କ ଏଣ୍ଟ୍ରି, ଶ୍ୱଶୁରଙ୍କ ଏକ୍ଜିଟ୍। ଗତକାଲି ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ ତପସ୍ୱିନୀ। କିନ୍ତୁ ଏହାର କିଛି ଘଣ୍ଟା ପରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ନିଜର ବ୍ରହ୍ମାନଗର ସ୍ଥିତ ଘର ଛାଡ଼ି ଚାଲିଯାଇଛନ୍ତି। ଏବଂ ନିଜକୁ ସୁରକ୍ଷିତ ମଣୁ ନାହିଁ ବୋଲି ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଜଣାଇ ସେ ଘର ଛାଡ଼ିଥିବା କହିଛନ୍ତି ।

















