ବ୍ରହ୍ମପୁର,o୬/୧(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ଖଦାଳ କୁଳ ସମାଜ ମହାସଂଘ ମହୁରୀତାଲୁଆ ତରଫରୁ ଶ୍ରୀ ଶ୍ରୀ ମହୁରୀକାଳୁଆ ପ୍ରାଙ୍ଗଣରେ ରଣ୍ଡା ଗ୍ରାମର ସମସ୍ତ ସଭ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଦୀର୍ଘ ୫ ବର୍ଷଧରି ଗ୍ରାମକମିଟି କାର୍ଯ୍ୟ କରୁନଥିବା ବେଳେ କେତେକ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା ।
ସଭାପତି; -ଉପେନ୍ଦ୍ର ଦାସ, ଉପସଭାପତି;– ସନ୍ତୋଷ କୁମାର ଦାସ, ଉପଦେଷ୍ଟା; -ରବି ଦାସ,କୋଷାଧ୍ୟକ୍ଷ; -ରଙ୍କନିଧି ଦାସ, ସଂପାଦକ;– କୈଳାସ ଚନ୍ଦ୍ର ଦାସ. ପାଇକ:– ତ୍ରିନାଥ ଦାସ , ମୀନକେତନ ଦାସ । ଏହି ସମସ୍ତ ବ୍ୟକ୍ତି ଗ୍ରାମର ଶିକ୍ଷା,ସ୍ୱାସ୍ଥ୍ୟ ଏବଂ ପରିବେଶର ଦାୟୀତ୍ୱ ଗ୍ରହଣ କରିବେ ବୋଲି ଶପଥ ଗ୍ରହଣ କରିଥିଲେ ।
















