ଭୁବନେଶ୍ୱର,୧୩/o୮(ଏଜେନସି ): ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର ଜିଲ୍ଲା ଦେଇ ଯାଇଥିବା ଟ୍ରେନ୍ ଲାଇନ୍ର ଅନେକ ସ୍ଥାନରେ ବନ୍ୟା ଜଳ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ରେଳ ଧାରଣାଗୁଡ଼ିକ ବୁଡ଼ି ରହିଛି । ସମ୍ବଲପୁର-ଟିଟିଲାଗଡ଼ ରେଲେଓ୍ଵ ସେକ୍ସନ ଅନ୍ତର୍ଗତ ଦେଓଗାଁ ରୋଡ-ବରଗଡ଼, ଲୋଇସିଂହା-ବଲାଙ୍ଗୀର ଓ ବରପାଲି-ଡୁଙ୍ଗୁରିପାଲି ଷ୍ଟେସନ ମଧ୍ୟରେ ଥିବା ଟ୍ରାକ୍ର ଅନେକ ସ୍ଥାନରେ ପାଣି ଭର୍ତ୍ତି ହୋଇଯାଇଛି । ଫଳରେ ଅନେକ ଗୁଡ଼ିଏ ଟ୍ରେନ୍ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନ୍କୁ ଆଂଶିକ ବାତିଲ କରି ଦିଆଯାଇଛି । ତେଣୁ ଟ୍ରାକ୍ରୁ ପାଣି ଛାଡ଼ିବା ପରେ ୪ ଜଣିଆ ଟିମ୍ ଯାଞ୍ଚ କରିବେ । ଯାଞ୍ଚ ପରେ ବାତିଲ ଥିବା ଟ୍ରେନ୍ ଗୁଡ଼ିକ ପରିଚାଳିତ ହେବ ।


















