ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ.ଛଚିନା ପଂଚାୟତ ମଠ ବରୀଡାରେ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟିକା

118
ADVERTISEMENT

କୋଦଳା,୩୦/୧୨(ସୂର୍ଯ୍ୟ ନାରାୟଣ ବଡୁ):-

ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ.ଛଚିନା ପଂଚାୟ ମଠ ବରୀଡାରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପହଂଚି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗ୍ରାମର ବିଭିନ୍ନ ମନ୍ଦିର ଗୁଡିକର ଉନ୍ନତି ପାଇଁ ଗ୍ରାମବାସୀ କହିଥିଲେ । ଏକତା ଭାବେ ରହିଲେ ଗ୍ରାମର ଉନ୍ନତିରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିଧାୟିକା କହିଥିଲେ । ଏଥି ସହିତ ଗ୍ରାମର ବିକାଶ ଓ ସୌନ୍ଦର୍ୟ୍ଯ କରଣ ପାଇଁ ଯୋଜନା କରିବାକୁ ଯାହା ଆବଶ୍ୟକ ତାହା କରିବାକୁ ମୁଁ ପ୍ରସ୍ତୁତ କିନ୍ତୁ ଆପଣ ମାନଙ୍କ ସହଯୋଗ ରହିବା ଆବଶ୍ୟକ ବୋଲି କହିଛନ୍ତି । ଏଥିରେ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ସରପଞ୍ଚ ପ୍ରତିନିଧି ମନୋରଞ୍ଚନ ନାୟକ , ବରିଷ୍ଠ ନେତା ସିମାଞ୍ଚଳ ନାୟକଙ୍କ ସମେତ ଉକ୍ତ ଗ୍ରାମର ଯୁବ ଗୋଷ୍ଠୀ ଓ ଗ୍ରାମବାସୀ ଉପସ୍ତିତ ଥିଲେ ।

Advertisement