ବି.ନୂଆଗାଁ ପଞ୍ଚାୟତ ପମଗାଁ ଠାରେ ସ୍ୱସ୍ଥ୍ୟ ଶିବିର ଓ ସଚେତନତା କର୍ମଶାଳା ଅନୁଷ୍ଠିତ l

209
ADVERTISEMENT


ବି.ନୂଆଗାଁ,୩୦/୧୨(ଋଷିକେଶ ବେହେରା):-ପାତ୍ରପୁର ବ୍ଲକ ସ୍ଥିତ ବି.ନୂଆଗାଁ ପଞ୍ଚାୟତ ପମଗାଁ ଅଙ୍ଗନୱାଡି ସେବା କେନ୍ଦ୍ରଠାରେ ବୁଧବାର ଦିନ ଏକ ସ୍ୱାସ୍ଥ୍ୟ ଶିବିର ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଯକ୍ଷ୍ମା,ମେଲେରିଆ,ହିମଗ୍ଲବିନ,ଏଚ ଆଇବି,ମଧୁମେହ,ବିପି,ସୁଗାର,ରକ୍ତ ଚାପ,କଫ,ଦାନ୍ତ ପରୀକ୍ଷା ମଧ୍ୟ କରାଯାଇଥିଲା l ଏଥିରେ ପାତ୍ରପୁର ମେଡିକାଲର ଅଧ୍ୟକ୍ଷ ଡ଼.ସମ୍ବିତ ବିଷୟୀ ମେଲେରିଆ ନିବାରଣ ନିମନ୍ତେ କିପରି ମଶା ଦାଉରୁ ଓ ମଶାରୀ ଟାଣୀ ଶୋଇବା ସଚେତନତା ଉପରେ ବୁଝାଇଥିଲେ l ଅଜିତ କୁମାର ତ୍ରିପାଠୀ,ସମୀର ବାଗ,ବାବୁ ସାହୁ,ସୁଧାକର ସାହୁ ଯକ୍ଷ୍ମା ବା ଟିବି ରୋଗ ଠାରୁ କିପରି ନିରାକରଣ ସଚେତନତା ଅବଲମ୍ବନ କରିପାରିବେ l ମୋହନ କୁମାର ସାହୁ,ବି.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଆର.ତ୍ରିବେଣୀ ଓ ଏ ଏନ ମ୍ ସବିତା କୁମାରୀ ଶବର ଗ୍ରାମର ସମସ୍ତ ଲୋକମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ସମସ୍ତ ଅଙ୍ଗନୱାଡି,ଆସ ଗ୍ରାମର ଭଦ୍ରବ୍ୟକ୍ତି କାର୍ଯ୍ୟକର୍ମ ପରିଚାଳନା ସହଯୋଗ କରିଥିଲେ l

Advertisement