କୋଦଳା:- ଗଞ୍ଜାମ ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘର ଏକ ବୈଠକ ଅନୁଷ୍ଠିତ ।

19
ADVERTISEMENT

କୋଦଳା,୩୦/୧୨(ସୂର୍ଯ୍ୟ ନାରାୟଣ ବଡୁ):-ଗଂଜାମ ଜିଲ୍ଲା କୋଦଳା ନିକଟସ୍ଥ ମା ବାଘୁଆ ଠାକୁରାଣୀ ମନ୍ଦିର ପରିସରରେ ସନ୍ତୋଷ କୁମାର ପଟ୍ଟନାୟକ ତଥା ସନ୍ତୋଷ କୁମାର ପୋଲାଇଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ଗଞ୍ଜାମ ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ ସମୟରେ ବସ ମାଲିକ ମାନେ ବ୍ୟବସାୟରେ ବହୁତ କ୍ଷତି ସହି ଋଣ ପରିଶୋଧ କରିପାରିନଥିବା ବେଳେ ବର୍ତ୍ତମାନ ପରିସ୍ଥିତି କୁ ସାମ୍ନା କରି କୋଭିଡ ଗାଇଡଲାଇନ ଅନୁଯାଇ ନିଜର ଗାଡିଚଳାଇ ଋଣ ଶୁଝିବା ସହିତ ପରିବାର ପ୍ରତିପୋଷଣ କରିବା ପାଇଁ ଅଣ୍ଟା ଶଳଖାଉ ଥିବା ବେଳେ ସରକାରଙ୍କ ବୈମାତୃକ ମନୋଭାବ ବସ ମାଲିକ ମାନଙ୍କ ଅଣ୍ଟା ଭାଙ୍ଗିଦେବାକୁ ପ୍ରସ୍ତୁତ ହେଉଛି। ପୁରୁଣା ଗାଡିକୁ ପରିମିଟ ନ ଦେଇ ନୂତନ ପାରିମିଟ ସହିତ ସରକାରୀ ବସ ପକାଇବାକୁ ଚେଷ୍ଟା କରାଯାଉଛି । ଏହାର ସୁଯୋଗ ନେଇ ଜିଲ୍ଲା ବାହାର ବସ ମାଲିକମାନେ ମଧ୍ୟ ସରକାରଙ୍କ ପ୍ରୋତ୍ସାହନ ରେ ଗଞ୍ଜାମ ଜିଲ୍ଲାରେ ନିଜର ଆଧିପତ୍ୟ ବିସ୍ଥାର କରିବାକୁ ଚେଷ୍ଟା କରୁଥିବା ଜଣାଅପଡ଼ିଛି । ଯଦି ସରକାର ଆମ ପ୍ରତି ଏମିତି ଅବିଚାର କରି ଆମ୍ଭ ପେଟକୁ ନାତ ମାରିବାକୁ ଚେଷ୍ଟା କରନ୍ତି ତାହାହେଲେ ଆମ୍ଭେ ରାଜାରାସ୍ତା କୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନି ଦେଇଛନ୍ତି। ଆଜିର ଏହି ବୈଠକ ରେ ପୁରୋଷୋତ୍ତମ ପୁର ସଙ୍ଘ ସଦସ୍ୟ ତଥା ମା ସନ୍ତୋଷୀ ଘରୋଇ ବସ ମାଲିକ ଚିତ୍ରସେନ ପରିଡା, ଭାବାନି ଶଙ୍କର ମିଶ୍ର, ସୁଦର୍ଶନ ପ୍ରଧାନ ସମେତ ଭଞ୍ଜନଗର ବସ ମାଲିକ ସଙ୍ଘ ସଦସ୍ୟ ଗୋପବନ୍ଧୁ ମହାପାତ୍ର, ସୁବାଷ ଚନ୍ଦ୍ର ଦେହୁରୀ, ବିପ୍ର ଚରଣ ବାରିକ, ଆସ୍କା ର ସୂର୍ଯ୍ୟ କାନ୍ତ ପରିଡା, ମନୋଜ କୁମାର ମହାନ୍ତି, ବ୍ରହ୍ମପୁର ର ରାମଚନ୍ଦ୍ର ପାତ୍ର, ପଞ୍ଚାନନ ରାଉତ, ପୋଲସରା ରୁ ମୁନ୍ନା ପଣ୍ଡା ଓ ବୁଗୁଡ଼ା ରୁ ଚିତ୍ରସେନ ଓ ପାତ୍ରବାବୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

Advertisement