ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ସି.ଆର.ପି.ଏଫ କ୍ୟାମ୍ପରେ ଅଘଟଣ ।

127
ADVERTISEMENT

ମାଲକାନଗିରି,୨୬/୧୨(ଡ଼ି.ଏଚ ବ୍ୟୁରୋ):-ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ଅନ୍ତର୍ଗତ ଭେଙ୍କେଟପୁରମ ପୋଲିସ ଷ୍ଟେସନରେ ଥିବା ସି.ଆର.ପି.ଏଫ କ୍ୟାମ୍ପରେ ଅଘଟଣ । ମେସ୍ ଇନଚାର୍ଜ ଷ୍ଟେଫେନ୍ ଏସଆଇଉମେଶ ଚନ୍ଦ୍ରଙ୍କ ସମେତ ୨ ଜଣଙ୍କୁ ଗୁଳି କରିବା ପରେ ନିଜ ଉପରକୁ ଗୁଳି କରିଥିଲେ । ଫଳରେ ଏସଆଇ ଉମେଶ ଚନ୍ଦ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମେସ ଇନଚାର୍ଜ ଷ୍ଟେଫେନ୍ ଗୁରତର ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତି । ତେବେ କେଉଁ କାରଣରୁ ଏହି ଘଟଣା ଘଟିଥିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ।

Advertisement