ଭୁବନେଶ୍ୱର,୨୫/୧୨(ଡ଼ି.ଏଚ ବ୍ୟୁରୋ):-ଆଜି ପବିତ୍ର ବଡ଼ ଦିନ । ଏହି ଅବସରରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। କିନ୍ତୁ କୋଭିଡି କଟକଣା ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ହଜାର ହଜାର ଖ୍ରୀଷ୍ଟ ଧର୍ମାବଳମ୍ବୀ ଏହାକୁ ପାଳନ କରୁଛନ୍ତି । କେଉଁଠି ଅନଲାଇନ ବ୍ୟବସ୍ଥା ତ ଆଉ କେଉଁଠି ଅଳ୍ପ କିଛି ଲୋକଙ୍କୁ ନେଇ ଖ୍ରୀଷ୍ଟମାସ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ସେପଟେ କୋଭିଡ୍ କଟକଣା ଭିତରେ କଟକର ଵିଭିନ୍ନ ଚର୍ଚ୍ଚରେ ମଧ୍ୟରାତ୍ରିରେ ଵଡ ଦିନ ପ୍ରାର୍ଥନା ଵାତିଲ୍ ହୋଇଥିଲା।
















