ଗଞ୍ଜାମ,୨୨/୧୨(ଡ଼ି.ଏଚ ବ୍ୟୁରୋ):-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବୁରି ଗାଁ ପଂଚାୟତ ବରପଲ୍ଲୀ ଗ୍ରାମ ନିକଟସ୍ଥ ମାଁ ଡାଲଖାଇ ମନ୍ଦିର ପ୍ରାଙ୍ଗଣରେ ଉତ୍ତରମଣ୍ଡଳ ସ୍ତରୀୟ ୩୬ ଖଣ୍ଡ ଗ୍ରାମର ସଭାପତି , ସଂପାଦକ, କୋଷାଧ୍ୟକ୍ଷ ଓ କମିଟି ବୃନ୍ଦକୁ ନେଇ ସଭାର କାର୍ଯ୍ୟକଳାପ ଏବଂ ଗ୍ରାମର ଉନ୍ନତି ଉପରେ ଆଲୋଚନା ହୋଇଥିଲା । ଏଥିରେ ଉତ୍ତରମଣ୍ଡଳୀ ସଭାପତି ସିମାଂଚଳ ଦାସ, ଉପ-ସଭାପତି ରମେଶ ଦାସ, ସଂପାଦକ ଟୁନା ଦାସ ପ୍ରମୁଖଙ୍କ ଉପସ୍ଥିତିରେ ନୂତନ କର୍ମୀଙ୍କୁ ମହାସଂଘ ତରଫରୁ ଦାୟୀତ୍ୱ ଭାର ଦିଆଗଲା।

















