କୋଦଳା,୧୪/୧୨(ସୂର୍ଯ୍ୟନାରାୟଣ ବଡୁ):-ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଏନଏସି ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ କୋଦଳା ଏନଏସି କଲ୍ୟାଣ ମଣ୍ଡପ ପରିସର ରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ର ଶୁଭାରମ୍ଭ ହୋଇଯାଇଛି | କୋଦଳା ଏନଏସି ୧୩ଗୋଟି ୱାର୍ଡ ରେ ୨୮୦୬ ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ କରିବା ପାଇଁ ସୁପାରିଶ ହୋଇଥିବା ବେଳେ ସୋମବାର ପ୍ରଥମ ପର୍ଯ୍ୟାୟ ରେ ୮,୯, ୧୦ ନମ୍ବର ୱାର୍ଡ ର ହିତାଧିକାରିଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ |ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତାର୍ ନିଦର୍ଶନ ହେଉଛି ସ୍ମାର୍ଟ ହେଲ୍ଥ କାର୍ଡ |ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରବିବାର ଆରାଧ୍ୟ୍ୟ ଦେବି ମା ତାରାତାରିଣୀ ମନ୍ଦିର କୁ ଆଶି ବହୁ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହିତ ବିଜୁ ସ୍ମାର୍ଟ କାର୍ଡ ର ଶୁଭରମ୍ଭ କରିଥିଲେ। ସୋମବାର କୋଦଳା ଏନଏସି ପକ୍ଷ ରୁ ଆୟୋଜିତ ଏକ ମଞ୍ଚ ରେ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ତତ୍ୱାବଧାନ ରେ ମଞ୍ଚାସିନ ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଓ ଏବିଡ଼ିଓ ନିରଞ୍ଜନ ବେହେରା ଙ୍କ ଉପସ୍ଥିତି ରେ ମାନ୍ୟବର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏହି କାର୍ଡ ରକ୍ଷା କବଚ ଭଳି ସେବା ଯୋଗାଇ ଚାଲିବ ବୋଲି ଆଲୋଚନା କରିଥିଲେ |ମନୁଷ୍ୟ ର ସବୁଠାରୁ ବଡ଼ ଶତ୍ରୁ ହେଉଛି ରୋଗ, ଅର୍ଥ ଅଭାବ ରୁ ବହୁ ଜନ ଜୀବନ ଅକାଳ ରେ ଚାଲିଯାଉଛି। ଭଲ ମେଡିକାଲ ସେମାନଙ୍କ ପାଇଁ ସାତଶପନ, ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ମାର୍ଟ କାର୍ଡ ର ଶୁଭାରମ୍ଭ କରିଛନ୍ତି । ଏହି କାର୍ଡ ଦ୍ୱାରା ଗୋଟିଏ ପରିବାର ସଦସ୍ୟ ଙ୍କ ପିଛା ୫ ଲକ୍ଷ୍ୟ ପର୍ଯ୍ୟନ୍ତ ଖର୍ଚ୍ଚ ସରକାର ବହନ କରିବାକୁ ଥିବାବେଳେ ମହିଳାପାଇଁ ୧୦ଲକ୍ଷ୍ୟ ର ସୁବିଧା ଯୋଗାଇଦିଆଯାଇଛି !ଯାହା ଫଳରେ ରୋଗୀଙ୍କୁ ମାଗଣା ରେ ଉତ୍ତମ ଚିକିତ୍ସା ମିଳିଇପାରିବ ବୋଲି ବିଧାୟିକା ପ୍ରକାଶ କରିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ !ଏହି କାର୍ଡ ପାଇ ଲୋକଙ୍କ ଭିତରେ ଆଗ୍ରହ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତି ଭଲପାଇବା ପ୍ରତିଫଳିତ ହୋଇ ପଡୁଛି | ମହିଳା, ପୁରୁଷ, ବୃଦ୍ଧ, ବୃଦ୍ଧା, ଯୁବକ, ଦିବ୍ୟାଙ୍ଗ ସମସ୍ତଙ୍କ ମୁହଁ ରେ ଗୋଟିଏ କଥା ଧନ୍ୟବାଦ ନବୀନ ବାବୁ ……ଏଥିରେ ଅନ୍ୟମାନଙ୍କ ମଧ୍ୟ ରେ ଏନଏସି ସହକାରୀ ଯନ୍ତ୍ରୀ ସୁଧାକର ଦାଶ, ସ୍ୱଛତା ବିଶେଷଜ୍ଞ ଚନ୍ଦ୍ରକାନ୍ତ ମାରାଣ୍ଡି ଙ୍କ ସମେତ ସମସ୍ତ କର୍ମକର୍ତ୍ତା,ମା କଲ୍ୟାଣୀ ସ୍ୱୟଂ ସାହାୟକ ଗୋଷ୍ଠୀ, ସରସ୍ବତୀ ଗୋଷ୍ଠୀ ସ୍ୱୟଂ ସାହାୟକ ଗୋଷ୍ଠୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

















