ପୁରୀ,୧୩/୧୨(ଡ଼ି.ଏଚ ବ୍ୟୁରୋ):-କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ରାଜ୍ୟ ପୋଲିସର ପ୍ରବେଶ ଓ ଦମନଲିଳା ବିରୋଧରେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା ସହ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ । ଏବଂ ସରକାର ପୋଲିସର ଅପବ୍ୟବହାର କରି କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି ଛାତ୍ର କଂଗ୍ରେସ ପିଲାଙ୍କୁ ଅମାନୁଷିକ ଭାବେ ମାଡ ମାରିଥିବା ସମ୍ପୃକ୍ତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ସସପେଣ୍ଡ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ।

















