ଭୁବନେଶ୍ୱର,୦୯/୧୨(ଡ଼ି.ଏଚ ବ୍ୟୁରୋ):-ଗତକାଲି ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଦୁର୍ଘଟଣାରେ ସିଡିଏସ ଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ରହିଛନ୍ତି ଓଡିଆ ଯବାନ ରାଣା ପ୍ରତାପ ଦାସ । । ସେ ବାୟୁ ସେନାର ଜୁନିୟର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ । ଫଳରେ ତାଙ୍କ ବିୟୋଗରେ ପରିବାର ଓ ତାଙ୍କ ଘର ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
















