କୋଦଳା,୦୭/୧୨(ସୂର୍ଯ୍ୟନାରାୟଣ ବଡୁ):-ଲାଗି ଲାଗି ଅଳ୍ପ ସମୟ ମଧ୍ୟରେ ଦୁଇ ଦୁଇ ଥର ଲଗାଣ ବର୍ଷାରେ ଧୋଇ ହୋଇଗଲା ପାଚିଲା ଧାନକ୍ଷେତ !ଧାନ ବିଲ ଉପରେ ପାଣି !ଘରକୁ କୁଟା ଖଣ୍ଡିଏ ବି ଆସିବ କି ନାହିଁ ସନ୍ଦେହ, କଣ କରିବେ ଚାଶୀ,ସରକାରୀ /ବେ ସରକାରୀ କିମ୍ବା ସାହୁକାର ଠାରୁ ଋଣ କରି ବହୁ କଷ୍ଟ ରେ ନିଜର ଫସଲ ଆଦାୟ କରି ନିଜ ପରିବାର ଚଳାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଦିନିଆ ବର୍ଷା ସମସ୍ତ ଚାଷିକୁଳ ର ଅଣ୍ଟା ଭାଙ୍ଗିଦେଇଛି l ଘରେ ଚୁଲି ଜଳୁନି, କୃଷକ ପରିବାର ଆଖିରେ ଲୁହ ଶୁଖୁନି,ଏହାକୁ ନେଇ କୋଦଳା ତହସିଲ ତତ୍ପର ହୋଇ ଉଠିଛି l ବର୍ଷା କମିବା କ୍ଷଣୀ ତହସିଲଦାର ସଶ୍ମିତା ଶତପଥୀ ପ୍ରତ୍ୟକ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରି ସମସ୍ତ ରାଜସ୍ୱ ନିରୀକ୍ଷକ ଙ୍କୁ ରିପୋର୍ଟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଥିଲେ l ରବିବାର ସକାଳୁ ସକାଳୁ ତହସିଲଦାର ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ,ବ୍ଲକ କୃଷି ଅଧିକାରୀ ରାମଲାଲ ସମ୍ୱନ୍ଧ, ହର୍ଟିକଲଚର ଅଫିସର ସୌମ୍ୟଶ୍ରୀ ମହାରଣା, ଫସଲ ବୀମା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ, ସାତଗୋଟି ରାଜସ୍ବ ମଣ୍ଡଳ ର ରାଜସ୍ବ ନିରୀକ୍ଷକ ଶେଖର ଚନ୍ଦ୍ର ସେଠି, ଲକ୍ଷ୍ମୀଶ୍ରୀ ମହାରଣା, ଚନ୍ଦ୍ର ଶେଖର ବେହେରା, ଦେବାଶିଷ ମାଝୀ, ହୃଷିକେଶ ପୋଲାଈ,ଜଗମୋହନ ନାୟକ ଓ ପ୍ରଦୀପ କୁମାର ଦାସ ଙ୍କୁ ସାଙ୍ଗରେ ଧରି କେ ବରିଡା, ମର୍ଦ୍ଦମେଖ, ପି ନୂଆଗାଁ ଷଣ୍ଢମୂଳ, ସୁମଣ୍ଡଳ, ଫାସୀ ଓ କୋଦଳା ଏନଏସି ର କ୍ଷତିଗ୍ରସ୍ଥ ଅଞ୍ଚଳ ବୁଲି ଦୁଃଖୀ ଚାଷୀ ପରିବାର ସହିତ ଆଲୋଚନା କରି ସେମାନଙ୍କୁ ଆଶ୍ୱାସନା ଦେଇ ନିଜ କାର୍ଯ୍ୟାଳୟ ଠାରେ ଏକ କ୍ଷ୍ୟୟକ୍ଷତି ସମ୍ପର୍କିତ ସମୀକ୍ଷା ବୈଠକ କରିଥିଲେ !ବୈଠକ ରେ ଏକ ବ୍ଲକ ସ୍ତରୀୟ ମନିଟରିଙ୍ଗ କମିଟି ଗଠନ କରାଯାଇଥିଲା !ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ୧୭୦ ଗ୍ରାମକୁ ଯାଇ ପ୍ରକୃତ କ୍ଷତିଗ୍ରସ୍ଥ କୃଷକଙ୍କ କ୍ଷେତ୍ର ପରିଦର୍ଶନ କରି ଜିଓଟାଗ ମାଧ୍ୟମ ରେ କାହାର କେତେ ଫସଲ ଉଜୁଡିଛି ତାର ଫୋଟୋ ଉଠାଇ ସଠିକ ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ !କେହି ଯେମିତି ପ୍ରକୃତ କ୍ଷତିଗ୍ରସ୍ଥ ଚାଶୀ ଏଥିରୁ ବଞ୍ଚିତ ନ ହୁଏ ସେଥିପ୍ରତି ସଜାଗ ରହିବା ପାଇଁ ତହସିଲଦାର ପରାମର୍ଶ ଦେଇଥିଲେ l


















