ଲଗାଣ ବର୍ଷାରେ ଧୋଇ ହୋଇଗଲା ଧାନଜମି,ହଜାର ହଜାର ହେକ୍ଟର ପାଚିଲା ଧାନ ବିଲ ଜଳମଗ୍ନ, କଣ କରିବ ଚାଷୀ?

124
ADVERTISEMENT

କୋଦଳା,୬/୧୨(ସୂର୍ଯ୍ୟ ନାରାୟଣ ବଡୁ):-ବାତ୍ୟାର ଭୟ ଛାଡିଗଲା କିନ୍ତୁ ଚାସିଙ୍କ ଦୁଃଖ ବଢିଗଲା !ଦୁଇଦିନ ଧରି ଲଗାଣ ବର୍ଷା ! ବର୍ଷା ଛାଡିବାର ନା ନେଉନାହିଁ !ଚାରିଆଡେ କେବଳ ପାଣି ହିଁ ପାଣି !ସତେ ଯେପରି ଧାନ କ୍ଷେତ ନୁହଁ କୃତ୍ରିମ ହ୍ରଦ ର ଭ୍ରମ ଶୃଷ୍ଟି ହେଉଛି !ଜମିକୁ ଯାଇ ନ ପାରି ହୁଡା ଉପରୁ ଚାଷୀ ଙ୍କ କ୍ରନ୍ଦନ!କିଛିଦିନ ପୂର୍ବେ ଲଗାଣ ବର୍ଷା ରେ ଅଧିକାଂଶ ଚାଷଜମି ରେ ପାଣି ପଶି କାତାଯାଇଥିବା ପାଚିଲା ଧାନ ନଷ୍ଟ ହୋଇଯାଇଥିବା ବେଳେ ବର୍ତ୍ତମାନ ର ଲଗାଣ ବର୍ଷା ରେ ଯାହା କିଛି ବଞ୍ଚିଥିଲା ସେ ବି ନଷ୍ଟ ହୋଇଗଲା !ବର୍ଷ ଯାକର କଷ୍ଟ ଓ କରିଥିବା ଋଣ କିପରି ସୁଝିବେ!ଏମିତି ଭୟବହ ଦୃଶ୍ୟମାନ ଦେଖାଦେଇଛି ବେଗୁନିଆପଡା ବ୍ଲକ ଓ କୋଦଳା ଅଞ୍ଚଳ ରେ ! ଏହି ବର୍ଷ ଭଲ ଆଦାୟ ହେବ ବୋଲି ଚାଷୀ ଆଶା କରିଥିବା ବେଳେ ସତେ ଯେମିତି ତାଙ୍କ ପରିବାର ଉପରେ ଭାଗ୍ୟ ଦାଉ ସାଧୁଛି,ଅକାଳ ଚଡକ ପଡିବା ଭଳି ତାଙ୍କ ଆଶା ଧୂଳିସାତ ହୋଇଯାଇଛି !କେମିତି ପରିବାର ଚଲାଇବେ,ସାହୁକାର ର ମାହାସିଲ କେମିତି ଦେବେ,ଋଣ କେମିତି ସୁଝିବେ ସେହି ଚିନ୍ତା ରେ ଭାଙ୍ଗି ପଡିଛନ୍ତି ଚାଷୀ !ଚାସିଙ୍କ ଋଣ ଛାଡ଼ କରିବା ସହିତ କ୍ଷତିପୂରଣ ଦେବାକୁ ସରକାରଙ୍କ ନିକଟରେ ଗୁହାରି କରୁଛନ୍ତି ଚାଷୀ ! ବର୍ଷା ଟିକେ କମିବା ପରେ ତହସିଲଦାର ସସ୍ମିତା ଶତପଥୀ ନିଜ କର୍ମଚାରିଙ୍କୁ ନେଇ ଅଞ୍ଚଳର ସମସ୍ତ ଚାଷ ଜମି ପରିଦର୍ଶନ କରିଛନ୍ତି ଏବଂ ସୋମବାର ସୁଦ୍ଧା ଧାନ ଜମିର କ୍ଷୟ କ୍ଷତି ଅନୁଧ୍ୟାନ କରି ନିଜ ନିଜ ସର୍କଲ ର ରିପୋର୍ଟ ପ୍ରଦାନ କରିବାକୁ ଆର ଆଇ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି !ରିପୋର୍ଟ ମିଳିବା ପରେ କ୍ଷତିପୂରଣ ବାବଦ ରେ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି !

Advertisement