ଦିଲ୍ଲୀ,୩/୧୨(ଡ଼ି.ଏଚ ବ୍ୟୁରୋ):-ଭାରତରେ ଭୟ ବଢାଇଲା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ୍’ର ୧୨ ଜଣ ସନ୍ଦିଗ୍ଧ ରୋଗୀ ଚିହ୍ନଟ ହେବା ଫଳରେ ସମସ୍ତଙ୍କୁ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ (LNJP) ରେ ଭର୍ତ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ବ୍ରିଟେନ, ଜଣେ ଫ୍ରାନ୍ସ ଏବଂ ଜଣେ ନେଦରଲ୍ୟାଣ୍ଡରୁ ଫେରିଥିବା ସୂଚନା । ଏବଂ ଏହି ଓମିକ୍ରନ ଭୂତାଣୁ ଡେଲଟା ଭାରିଆଣ୍ଟଠାରୁ ଅଧିକ ବିପଜ୍ଜନକ ।
















