ମାଡ଼ି ଆସୁଛି ବାତ୍ୟା ‘ଜୱାଦ୍’ !

119
ADVERTISEMENT

ଭୁବନେଶ୍ୱର,୦୨/୧୨ (ଡ଼ି.ଏଚ ବ୍ୟୁରୋ):-ମାଡ଼ି ଆସୁଛି ବାତ୍ୟା ‘ଜୱାଦ୍’ ! ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଫଳରେ ଆସନ୍ତା ୪ ତାରିଖରେ ଉପକୂଳ ଓଡିଶାରେ ଏହାର ପ୍ରଭାବ ପଡୁଥିବାବେଳେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଏହି ୪ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରେଡ୍ ଓ୍ବାର୍ଣ୍ଣିଂ ଜାରି । ଏବଂ ୩ ରୁ ୫ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Advertisement