ଦାନା ବାନ୍ଧୁଛି ବାତ୍ୟା ।

89
ADVERTISEMENT

ଭୁବନେଶ୍ୱର,୨୯/୧୧(ଡ଼ି.ଏଚ ବ୍ୟୁରୋ):-ଦାନା ବାନ୍ଧୁଛି ବାତ୍ୟା। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ଆସନ୍ତା ୪ ତାରିଖ କିମ୍ବା ୫ ତାରିଖ ସୁଦ୍ଧା ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବା ନେଇ ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ। ତେବେ ଓଡ଼ିଶାରେ ୩ ତାରିଖରୁ ପାଗ ବଦଳିବା ସହ ବର୍ଷା ଆରମ୍ଭ ହେବ । ସେପଟେ ସମ୍ଭାବ୍ୟ ବାତ୍ୟାଜନିତ ଲଗାଣ ବର୍ଷା ନେଇ ଚାଷୀର ଚିନ୍ତା ବଢ଼ିବାରେ ଲାଗିଛି ।

Advertisement