ପଲାସା,୨୮/୧୧(ଡ଼ି.ଏଚ ବ୍ୟୁରୋ):-ଗତକାଲି ଆନ୍ଧ୍ରପ୍ରଦେଶର ପଲାସା ନିକଟରେ ବିଶାଖାପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ଇଣ୍ଟରସିଟି ଏକ୍ସପ୍ରେସ୍ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେବା ସହ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଆମ୍ବୁଲାନ୍ସଟି କୌଣସି କାରଣରୁ ରେଳ ଫାଟକ ନିକଟରେ ଅଟକି ରହିଥିଲା। କିନ୍ତୁ ଟ୍ରେନ୍ ଆସୁଥିବା ଦେଖି ଆମ୍ବୁଲାନ୍ସ ଛାଡ଼ି ଦୌଡ଼ି ପଳାଇଲେ ଆମ୍ବୁଲାନ୍ସ ଡ୍ରାଇଭର।
















