କୋଲକାତା,୨୮/୧୧(ଡ଼ି.ଏଚ ବ୍ୟୁରୋ):-ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ହନ୍ସଖାଲି ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ୍ର ପଛପଟୁ ଧକ୍କାଦେଲା ମିନି ଭ୍ୟାନ୍। ଫଳରେ ମିନି ଭ୍ୟାନରେ ଥିବା ସମସ୍ତଙ୍କ ମଧ୍ୟରୁ ଘଟଣାସ୍ଥଳରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି । ସେମାନେ ମିନି ଭ୍ୟାନରେ ନବଦୀପ ଶ୍ମଶାନ ଅଭିମୁଖେ ଯାଇ ପାଲଟି ଗଲେ ଶବ । ଏବଂ ନଦିଆ ଥାନା ପୋଲିସ୍ର ତଦନ୍ତ ଜାରି ।
















