Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଆଜି ବିଶ୍ୱ ହାତୀ ଦିବସ

ଆଜି ବିଶ୍ୱ ହାତୀ ଦିବସ

286
ADVERTISEMENT

ଭୁବନେଶ୍ୱର,୧୨/୮(ଏଜେନସି) : ଆଜି ହେଉଛି ବିଶ୍ୱ ହାତୀ ଦିବସ। ଦିନକୁ ଦିନ ହାତୀ ଓ ମଣିଷ ମଧ୍ୟରେ ବିବାଦ ବଢୁଥିବା ବେଳେ ଏହାର ସମାଧାନ ଓ ଗଜରାଜଙ୍କ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ୨୦୧୨ରୁ ବିଶ୍ୱ ବ୍ୟାପୀ ହାତୀ ଦିବସ ପାଳିତ ହେଉଛି।ଏହି ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ହାତୀଙ୍କୁ ସୁସ୍ୱାଦୁ କଦଳୀ, ନଡ଼ିଆ, ସେଓ ପ୍ରଭୃତି ଫଳ ଦିଆଯାଇଛି। ହାତୀ ଦିବସରେ ନନ୍ଦନକାନନରେ ଥିବା ୮ ହାତୀଙ୍କ ମଧ୍ୟରୁ ଗୋରୀ, କମଳା, ଜୁଲି ଓ ମାମାକୁ ଉତ୍ସବ ସ୍ଥଳକୁ ଅଣାଯାଇଥିଲା। ଆଜି ନନ୍ଦନକାନନ ଛୁଟି ଥିଲେ ମଧ୍ୟ ହାତୀଙ୍କୁ ଦେଖିବାକୁ ବେଶ୍ ଭିଡ଼ ଜମିଛି।

Advertisement