ଭୁବନେଶ୍ୱର,୨୨/୧୧(ଡ଼ି.ଏଚ ବ୍ୟୁରୋ):-ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରତିବାଦ । ଏବଂ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜେଡି କର୍ମକର୍ତ୍ତାମାନେ ଏକ ବିଶାଳ ଶୋଭାଯାତ୍ରା କରି ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଚୁଲିରେ ରୋଷେଇ କରି ଗ୍ୟାସର ପ୍ରତିଛବିକୁ ସତ୍କାର କରିଛନ୍ତି । ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।


















