ବ୍ରହ୍ମପୁର,୨୨/୧୧(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁର ବାଳସୁଧାର ଗୃହରୁ ବିଳମ୍ବିତ ରାତିରେ ଚମ୍ପଟ ମାରିଲେ ୬ ଜଣ ଅନ୍ତେବାସୀ | ଏନେଇ ବାଳସୁଧାର ଗୃହର ସୁପରିଟେଣ୍ଡେଣ୍ଟ ପି.ରମେଶ ରାଓ ଆଜି ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି | ଫେରାର ଥିବା ସମସ୍ତ ଅନ୍ତେବାସୀ ପୁରୀ ,ବ୍ରହ୍ମପୁର, କୋରାପୁଟ ଓ ଗଜପତିର ବୋଲି ସୂଚନା | ଏମାନେ ବିଭିନ୍ନ ପ୍ରକାରର ଅପରାଧ କରି ବାଳସୁଧାର ଗୃହରେ ଥିଲେ ।

















