କୋଦଳା,୧୯/୧୧(ସୂର୍ଯ୍ୟ ନାରାୟଣ ବଡୁ ):- ରାଜ୍ୟ ସରକାରଙ୍କ ଅଧୀନରେ ଥିବା ତହସିଲ କାର୍ଯ୍ୟାଳୟରେ ଜମି ପଟ୍ଟା ପାଇବା ପାଇଁ ଲୋକ ମାନେ ଆଗରୁ ବହୁ ଅସୁବିଧା ଭୋଗ କରୁଥିବା ବେଳେ ବର୍ତ୍ତମାନ କିଛି ମାତ୍ରାରେ କୋହଳ ହୋଇଛି। କିନ୍ତୁ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ପଟ୍ଟା ପ୍ରଦାନ ରେ ସର୍ବାଗ୍ରେ ରହିଛି ।ନୂତନ ତହସିଲଦାର ସଶ୍ମିତା ଶତପଥୀ କାର୍ଯ୍ୟ ରେ ଯୋଗଦେବା ପରେ କାର୍ଯ୍ୟଳୟ କର୍ମକର୍ତ୍ତା ତତ୍ପର ହୋଇ ଉଠିଛନ୍ତି । ସମସ୍ତ କାର୍ଯ୍ୟ ଅଗ୍ରଗତିରେ ଚାଲୁଥିବା ବେଳେ ଆଜି କୋଦଳା ତହସିଲରେ ପ୍ରଥମଥର ପାଇଁ ୨୪ ଘଣ୍ଟା ମଧ୍ୟ ରେ ୯ ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ବୁଧବାର ସୁବାଷ ଚନ୍ଦ୍ର ଦାଶ, ଲିଜା ପାଢ଼ୀ, ମହିମା ବିଶ୍ୱାଳ, କୈଳାଶ ଚନ୍ଦ୍ର ଗୌଡ଼, ପ୍ରତିମା ପଣ୍ଡା, ଚଞ୍ଚଳା ବିଶ୍ୱାଳ, ମିନୁ ଗୌଡ଼ ଓ ଶାନ୍ତି ଗୌଡ଼ ଜମି ରେଜିଷ୍ଟ୍ରସନ୍ ରେ କିଣିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଆଜି ତାଙ୍କୁ ଏହି ଜମିର ପଟ୍ଟା କୋଦଳା ତାହସିଲରୁ ମିଳିଛି। ଯାହା ଫଳରେ ପଟ୍ଟା ପାଇଥିବା ଲୋକେ ଖୁସି ବ୍ୟକ୍ତ କରିଛନ୍ତି । ଆଜିର ଏହି ପଟ୍ଟା ପ୍ରଦାନ କାର୍ଯ୍ୟକ୍ରମରେ କୋଦଳା ତହସିଲଦାରଙ୍କ ସମେତ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଓ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

















